ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

0
96

ସଇଁତଳା, ୦୩/୦୮ (ଜେଏନ୍ଏସ୍) : ସଇଁତଲା ବ୍ଲକ ଖର୍ଲିକାନୀ ସରକାରୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନ୍ୟାବିନ ତାଣ୍ଡିଙ୍କୁ ଶନିବାର ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।ଏହି କ୍ଲଷ୍ଟରସ୍ତରୀୟ ସମ୍ବର୍ଦ୍ଧନା ସଭାରେ ବେସିସ ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ମିନତୀ ବୈକାର ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟକ୍ରମରେ ଯୁନାନୀମାଲ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଟିକେଲାଲ ମେହେର ମୁଖ୍ୟ ଅତିଥି, ପ୍ରଧାନ ଶିକ୍ଷକ ତରୁଣ ସୁନା, ଶିକ୍ଷୟତ୍ରୀ ବାସନ୍ତୀ ହୋତା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ଶିକ୍ଷାଦାନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ତୁଲାଇବା ସହ ଜଣେ କର୍ତ୍ତବ୍ୟନିଷ୍ଠ ଶିକ୍ଷକ ଭାବେ ଶ୍ରୀ ତାଣ୍ଡି ଅଞ୍ଚଳରେ ବେଶ ପରିଚିତ ଥିବା ଅତିଥିଗଣ ପ୍ରକାଶ କରିଥିଲେ । ଅତିଥିଙ୍କ ଦ୍ଵାରା ଶ୍ରୀ ତାଣ୍ଡିଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ସିଆରସିସି ଶେଷଦେବ ପ୍ରଧାନ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ହିରଣ୍ମୟୀ ପୃଷେଠ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଶିକ୍ଷକ ଲିଙ୍ଗରାଜ ସାହୁ, ମୁକୁନ୍ଦ ସାହୁ, ମନୋହର ରଣା, ରୁପାଧର ବିଶି, ସିଆରସିସି ମନୋଜ ସାହୁ, ଶିକ୍ଷୟତ୍ରୀ ରେବତୀ ମାଝୀ, ରାଜେଶ୍ୱରୀ ବଗର୍ତ୍ତି, ଗୀତାଞ୍ଜଳି ମହାକୁର, ରିନୁ ସାହୁ, ରଶ୍ମିତା ବରିହା, ଉମା ପ୍ରଶାଦିନି ମେହେର, ସୁପାଲି ପାଣ୍ଡେ, ନିରବତୀ ଭୋଇ, ରଶ୍ମିତା ବିଶ୍ୱାଳ, ନିଲିପ୍ତା ବସ୍ତିଆ ପ୍ରମୁଖଙ୍କ ସହ ବହୁ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here