ଜୀବନବୀମା ନିଗମ ଅଭିକର୍ତ୍ତା ସଂଘର ସାଙ୍ଗଠନିକ ବୈଠକ

0
130

ଟିଟିଲାଗଡ଼, ୦୪/୦୮ (ଜେଏନ୍ଏସ୍) : ସ୍ଥାନୀୟ ହୋଟେଲ୍ ୟସ ପରିସରରେ ରବିବାର ଏଲ୍.ଆଇ.ସି. ଅଭିକର୍ତ୍ତା ସଂଘ ଟିଟିଲାଗଡ଼ ଶାଖାର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶାଖା ସଭାପତି ବୈକୁଣ୍ଠ ମେହେରଙ୍କ ସଭାପତିତ୍ଵରେ ଆୟୋଜିତ ସଭାରେ ବରିଷ୍ଠ ଜୀବନବୀମା ଉପଦେଷ୍ଟା ଜଗନ୍ନାଥ ମିଶ୍ର, ସମ୍ପାଦକ ଅସୀମ କୁଣ୍ଡୁ, କୋଷାଧ୍ୟକ୍ଷ କ୍ଷୀରୋଦ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ । ଉଭୟ ଶାଖାରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାକୁ ନେଇ ଅଭିକର୍ତ୍ତାମାନେ ସଂଘର ଦୃଷ୍ଟି ଆକର୍ଷଣ କରିଥିଲେ। ଅଭିକର୍ତ୍ତାଙ୍କୁ ନିଗମର ମେରୁଦଣ୍ଡ ଭାବରେ ବିବେଚିତ କରାଯାଉଥିବା ବେଳେ ସେମାନେ ବିଭିନ୍ନ କ୍ଷେତ୍ରରେ ଚରମ ଅବହେଳାର ଶିକାର ହେଉଥିବା ଅଭିଯୋଗ ହୋଇଥିଲା । ନିଗମ କତ୍ତୃପକ୍ଷଙ୍କ ଦ୍ଵାରା ଆୟୋଜିତ ହେବାକୁ ଥିବା ଆସନ୍ତା ଆଇ.ସି.ସି. ସଭାରେ ଟିଟିଲାଗଡ ଶାଖାର ପ୍ରତିନିଧି ଭାବରେ ଯୋଗଦେଇ ସ୍ଥାନୀୟ ଆଭିକର୍ତ୍ତାଙ୍କ ସମସ୍ୟା ଉପସ୍ଥାପନା କରିବାକୁ ପୂର୍ବତନ ଶାଖା ସଭାପତି ବୁଲବୁଲ ମେହେରଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବୁଲବୁଲ ମେହେର, ହଳପାଣି ସାହୁ, ନାରାୟଣ ରଣା, ସନ୍ତୋଷ ପୁରୋହିତ, ରମେଶ ଅଗ୍ରୱାଲ, ଉତ୍ତମ ଦେ, ନରେନ୍ଦ୍ର ରଣା, ଦେବ କୁମାର ଚୌଧୁରୀ, ସୁଶାନ୍ତ ମିଶ୍ର, ରାମଚନ୍ଦ୍ର ରଣା, ଭାରତୀ ସାହୁ ପ୍ରମୁଖଙ୍କ ସହ ବହୁ ଅଭିକର୍ତ୍ତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here