ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

0
122

ବଲାଙ୍ଗିର,୦୬/୦୮(ଜେଏନ୍ଏସ୍) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ମଙ୍ଗଳବାର ଲଗ୍ନ ଧାର୍ଯ୍ୟ ହୋଇଛି।ପୂର୍ବ ବର୍ଷ ଭଳି ଚଳିତବର୍ଷ ମଧ୍ୟ ଭାଦ୍ରବ ଶୁକ୍ଲ ପଞ୍ଚମୀ ତିଥିରେ ପଶ୍ଚିମ ଓଡିଶାରେ ନବାନ୍ନ ପାଳନ କରାଯିବା ନେଇ ବଲାଙ୍ଗିର ଶୈଳଶ୍ରୀ ପ୍ୟାଲେସର ପାଟଣା ମହାରାଜାଙ୍କ ଘରୋଇ କାର୍ଯ୍ୟାଳୟରୁ ଘୋଷଣା କରାଯାଇଛି । ପ୍ରଥାନୁଯାୟୀ ସମଗ୍ର ବଲାଙ୍ଗିର ଜିଲ୍ଲାର ଜ୍ୟୋତିଷ ପଣ୍ଡିତ ମହାସଭାର ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟିର ସିଦ୍ଧାନ୍ତ କ୍ରମେ ପୂର୍ବତନ ପାଟଣାମହାରାଜାଙ୍କ ଇଷ୍ଟଦେବୀ ଶ୍ରୀ ଶ୍ରୀ ପାଟଣେଶ୍ୱରୀ ଓ ସମଲେଶ୍ୱରୀଙ୍କ ରାଶିନକ୍ଷତ୍ର ଅନୁଯାୟୀ ଚଳିତବର୍ଷ ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀତିଥି ସେପଟେମ୍ବର ୮ ତାରିଖରେ ରବିବାର ବିଶୁଦ୍ଧ ତୁଳାଲଗ୍ନରେ ନୂଆଖାଇ ପର୍ବକୁ ପାଳନ କରାଯିବ ବୋଲି ଘୋଷଣା କରାଯାଇଛି । ଏହିଦିନ ସକାଳ ଘ.୯.୩୫ ମି.ରୁ ଘ.୧୦.୭ମି ମଧ୍ୟେ ଏହି ଲଗ୍ନ ରହିଛି । ପଶ୍ଚିମ ଓଡ଼ିଶାର ଭାଇଚାରାର ପର୍ବ ନୂଆଖାଇର ଲଗ୍ନ ଧାର୍ଯ୍ୟ ହେବା ପରେ ଅଞ୍ଚଳବାସୀଙ୍କ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here