ସାମ୍ବାଦିକ ଅଜିତ ସାହୁ ସମ୍ବର୍ଦ୍ଧିତ

0
111

ସଇଁତଳା,୦୬/୦୮(ଜେଏନ୍ଏସ୍) : ସ୍ଥାନୀୟ ସାମ୍ବାଦିକ ଅଜିତ ସାହୁଙ୍କୁ ଭୁବନେଶ୍ୱର ସ୍ଥିତ ସିମଫୋନି ମଲ ଠାରେ ଅର୍ଗସ ଟିଭିର ତୃତୀୟ ବାର୍ଷିକ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଛି । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ଅର୍ଗସ୍ ପ୍ରତିନିଧି ଭାବରେ ଅଜିତ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଯୋଗୁଁ ସଂସ୍ଥା ପକ୍ଷରୁ ତାଙ୍କୁ ବେଷ୍ଟ ରିପୋର୍ଟର ଆୱାର୍ଡ ପ୍ରଦାନ କରାଯାଇଛି । ଅର୍ଗସ ଟିଭି ମୁଖ୍ୟ ସମ୍ପାଦକ ସଞ୍ଜୟ ଜେନା, ସିଇଓ ପ୍ରକାଶ ସାହୁ, ଏକ୍ସଜୁକୁଟିଭ ଏଡିଟର ଦୂର୍ଗାଶିଶ, ଶାନ୍ତି ଭୂଷଣ ମିଶ୍ର ପ୍ରମୁଖ ଅଜିତଙ୍କୁ ଟ୍ରଫି ପ୍ରଦାନ ସହ ସମ୍ବର୍ଦ୍ଧିତ କରିଥିଲେ । ଏହିପରିପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲା ଓ ଜେ ୟୁ ସଭାପତି ପ୍ରମୋଦ ସେଲମା, ସମ୍ପାଦକ ସୁଧୀର ଦାସ, ସ୍ଥାନୀୟ ବିଧାୟକ ନବୀନ ଜୈନ, ଟିଟିଲାଗଡ଼ ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ, ବିଜେପି ନେତା ପ୍ରମୋଦ ପ୍ରଧାନ, ମହେନ୍ଦ୍ର ଠାକୁର, ସ୍ଵାଧୀନ ବିଧାୟକ ପ୍ରାର୍ଥୀ ସତ୍ୟ ନାରାୟଣ ବହିଦାର ପ୍ରମୁଖ ଶ୍ରୀ ସାହୁଙ୍କୁ ଶୁଭେଛା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here