ବ୍ଲକସ୍ତରୀୟ କୁଇଜ ପ୍ରତିଯୋଗିତା ଉଦଯାପିତ

0
120

ସଇଁତଳା,୦୭/୦୮ (ଜେଏନ୍ଏସ୍) : ସଇଁତଳା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ଚାଲିଥିବା ବ୍ଲକ ସ୍ତରୀୟ କୁଇଜ ପ୍ରତିଯୋଗିତା ବୁଧବାର ଉଦଯାପିତ ହୋଇଯାଇଛି । ସଇଁତଲା ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସଭାରେ ସଇଁତଲା ପଞ୍ଚାୟତ ସମିତି ମହାବିଦ୍ୟାଳୟର ପ୍ରଧ୍ୟାପକ ଡିଳେଶ୍ଵର ଭୋଇ ମୁଖ୍ୟ ଅତିଥି, ବିଆରସିସି ନାରାୟଣ ଭୋଇ ଓ ଓଡିଶା ସାମ୍ବାଦିକ ସଂଘ (ଓଜେୟୁ ) ଜିଲ୍ଲା ସଭାପତି ପ୍ରମୋଦ କୁମାର ସେଲମା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏହି ପ୍ରତିଯୋଗିତାରେ ବ୍ଲକ ଅନ୍ତର୍ଗତ ୫୬ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।ଆୟୋଜିତ ପ୍ରତିଯୋଗିତାରେ ବିବିନା ଆଦର୍ଶ ବିଦ୍ୟାଳୟର ଛାତ୍ର ରୋଶନ କୁମାର ନାଗ ପ୍ରଥମ, କରମତଲା ହାଇସ୍କୁଲର ନୀତେଶ ନାଗ ଦ୍ଵିତୀୟ ଓ କଅଁସର ବିଦ୍ୟାଳୟର ଛାତ୍ର ଭବାନୀ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ପ୍ରତିଯୋଗିତାର ବିଚାରକ ଭାବରେ  ଶିକ୍ଷକ କମଳାକାନ୍ତ ଭୋଇ, ଶିକ୍ଷୟତ୍ରୀ ବୀଣାପାଣି ନନ୍ଦ, ସୁଭାସିନୀ ମିଶ୍ର, ଦୀପକସେନ ଧରୁଆ ଓ କମଳାକାନ୍ତ ବାଗ ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ । କାର୍ଯ୍ୟକ୍ରମ ଶେଷରେ ସିଆରସିସି ମନ୍ଦର ଦୀପ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ସିଆରସିସି ମନୋଜ ସାହୁ, ଚିନ୍ତାମଣି ସାହୁ, ହିମାଂଶୁ ବେହେରା, ଶେଷଦେବ ପ୍ରଧାନ, ପର୍ଶୁରାମ ମୁଣ୍ଡା, ଶମ୍ବୁ ପ୍ରସାଦ ନାଏକ, ଲବ ଦଣ୍ଡସେନା, ଉପେନ୍ଦ୍ର ବେହେରା, ଟିକେଶ୍ୱର ଭୋଇ ପ୍ରମୁଖଙ୍କ ସହ ବହୁ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here