ଟିଟିଲାଗଡ଼, ଡିଏଭି କଲେଜରେ ରକ୍ତଦାନ ଶିବିର ଅନୁଷ୍ଠିତ

0
99

ଟିଟିଲାଗଡ଼,୦୯/୦୮(ଜେଏନ୍ଏସ୍) : ସ୍ଥାନୀୟ ଡିଏଭି କଲେଜ ପରିସରରେ ଶୁକ୍ରବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଡି ଏ ଭି କଲେଜ ଅଧ୍ୟକ୍ଷ ଡ଼. ପ୍ରଣବ ପୁରୋହିତ ମୁଖ୍ୟ ଅତିଥି ଓ ଯୁକ୍ତ ଦୁଇ ଅଧ୍ୟକ୍ଷ ବିଧାନ ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ । ଅଧ୍ୟକ୍ଷ ଡ଼. ପୁରୋହିତ ନିଜେ ରକ୍ତଦାନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଶିବିରରେ ନୀତେଶ ସାହୁ, ଆୟୁଷ ଡୋଡକା, ସାହିଲ ହରପାଲ୍, ଦୁଷ୍ମନ୍ତ ରଣା, ଶୁଭମ୍ ରଣା, ରବି ନାରାୟଣ କହଁର, ଶିଖାରାଣି ସାହୁ, ସିତୁ ସେଠ୍, ଭୀଷ୍ମ ରଣା, ଯୁଗରାଜ ବାଗ, ଯଶୋବନ୍ତ ମାଝୀ, ଦୀପ୍ତି ମୟୀ ନାୟକ, ସୁରେନ୍ଦ୍ର ବାଗ, କୈଳାଶ ବଗର୍ତ୍ତି, ମୋନିକା ବାରିକ, ପ୍ରକାଶ ବଞ୍ଛୋର, ଆୟୁଷ ହରପାଲ, ଓମ ପ୍ରକାଶ ଅଗ୍ରୱାଲ, ସିଦ୍ଧାନ୍ତ ପ୍ରଧାନ, କ୍ଷୀରସିନ୍ଧୁ ମାଝୀ, ନାରାୟଣ ବାଗ, ଜାସ୍ମିନ ରଣା, ଆଦିତ୍ୟ ମାଝୀ, ଖୁଦୂରକୁଣି ଭୋଇ, ଦିବାକର ଦୀପ, ସୁବିର ରାୟ, ଅଧ୍ୟାପକ ରାହୁଲ ଜୈନ ପ୍ରମୁଖ ରକ୍ତଦାନ କରିଥିଲେ । ଶିବିରରେ ସମୁଦାୟ ୩୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । କାର୍ଯ୍ୟକ୍ରମରେ ସ୍ଥାନୀୟ ସାମ୍ବାଦିକ ଶିବ ପ୍ରସାଦ ପରିଡା, ମନୋଜ ଶତପଥୀ, ସଞ୍ଜୟ ବେହେରା, ସନତ ପାଢ଼ୀ, ସ୍ୱେଚ୍ଛାସେବୀ ପ୍ରମୋଦ ବାରିକ ପ୍ରମୁଖ ଶିବିର ପରିଚାଳନାରେ ସହାୟତା କରିଥିଲେ । ରକ୍ତଭଣ୍ଡାର କର୍ମଚାରୀ ପଦ୍ମିନୀ ସାହୁ, ଜୟରାମ ମଛଖଣ୍ଡ, ଜିତେନ୍ଦ୍ର ପଣ୍ଡା ରକ୍ତ ସଂଗ୍ରହ କରିଥିଲେ ।

LEAVE A REPLY

Please enter your comment!
Please enter your name here