ଡିଜିଟାଲ ଫସଲ ସର୍ବେକ୍ଷଣ ତାଲିମ ଶିବିର ଉଦଘାଟିତ

0
93

ସଇଁତଳା,୦୯/୦୮(ଜେଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ସଇଁତଲା କୃଷି ବିଭାଗ କାର୍ଯାଳୟ ପରିସରରେ ଦ୍ୱି-ଦିବସୀୟ ଡିଜିଟାଲ ଫସଲ ସର୍ବେକ୍ଷଣ ତାଲିମ ଶିବିର ଉଦଘାଟିତ ହୋଇଯାଇଛି । ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପେନ୍ଦ୍ର ମାଝୀ ଏହି ଶିବିରକୁ ଉଦଘାଟନ କରିଥିଲେ । ଏହି ଶିବିରରେ ଡିଜିଟାଲ ମାଧ୍ୟମରେ ଝିଙ୍ଗିଡୁଙ୍ଗୁରି, ଟିକ୍ରାପଡା, ଜୁରାବନ୍ଦ, ଡେଙ୍ଗ, ତାଲବାହାଲ, କରମତଲା, କୁମ୍ଭାରୀ, ଧରବଗଡ଼, କୁଇକେଡ଼ା, ଗଣ୍ଡପତ୍ରାପାଲି, କନ୍ଧକେଲଗାଁ ଆଦି ୧୧ ଗୋଟି ପଞ୍ଚାୟତର ଫସଲ ସର୍ବେକ୍ଷଣ କରାଯିବ । ଆୟୋଜିତ ଶିବିରରେ ମାଷ୍ଟର ଟ୍ରେନର ଭାବେ ସହକାରୀ କୃଷି ଅଧିକାରୀ ସଞ୍ଜୀବ ନାୟକ, ଏଏଫ୍ଓ  ସୁଜିତ ମହାନ୍ତି ଯୋଗଦାନ କରି ତାଲିମ ପ୍ରଦାନ କରିଥିଲେ । ପ୍ରଶିକ୍ଷଣ ଶିବିରରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଝସକେତନ ମେହେର, ସ୍ୱପ୍ନା ବାଗ, ଶରତ ସାହୁ, ଅକ୍ଷୟ ମହାନ୍ତି, ଅତିରିକ୍ତ ରାଜସ୍ୱ ନିରୀକ୍ଷକ ନମ୍ରତା ବରା, କୃଷକ ସାଥି ଓ ଯୁବବର୍ଗଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । 

LEAVE A REPLY

Please enter your comment!
Please enter your name here