ଟିଟିଲାଗଡରେ ଶିବପୁରାଣ ଜ୍ଞାନଯଜ୍ଞ ସପ୍ତାହ ; ୧୫ ତାରିଖରେ ଆୟୋଜନ ହେବ ମହାଭଣ୍ଡାରା

0
122

ଟିଟିଲାଗଡ଼,୧୨/୦୮(ଜେଏନ୍ଏସ୍): ସ୍ଥାନୀୟ ମହାବୀର ପଞ୍ଚାୟତ ଧର୍ମଶାଳା ପରିସରରେ  ଶିବପୁରାଣ ଜ୍ଞାନଯଜ୍ଞ ସପ୍ତାହ ଆରମ୍ଭ ହୋଇଛି । ଏହି ଅବସରରେ ସହର ତଥା ସହର ବାହାରୁ ନିୟମିତ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି । ଗତ ୭ ତାରିଖରୁ ଆରମ୍ଭ ହୋଇ ଆସନ୍ତା ୧୫ ତାରିଖ ଯାଏ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଛି ।

ଟିଟିଲାଗଡ଼ର ମୂଳ ନିବାସୀ ତଥା ରାୟପୁରର ପ୍ରତିଷ୍ଠିତ ବ୍ୟବସାୟୀ  ରାମ ଅବତାର ଅଗ୍ରୱାଲ ଓ ତାଙ୍କ ଧର୍ମପତ୍ନୀ ରାମ ପ୍ୟାରୀ ଦେବୀ ଅଗ୍ରୱାଲଙ୍କ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରବଚନ ଦେବାକୁ ଉତ୍ତରପ୍ରଦେଶ ଧାମପୁରର ମହନ୍ତ ରାଧେଶ୍ୟାମ ବ୍ୟାସ ମହାରାଜ ଜୀ ଯୋଗଦେଇଛନ୍ତି ।ପ୍ରକାଶ ଯୋଗ୍ୟ ଯେ, ଆୟୋଜକ ଶ୍ରୀ ଅଗ୍ରୱାଲଙ୍କ ପକ୍ଷରୁ ଟିଟିଲାଗଡ଼ ସହରରେ ଗତ ୨୦୨୨ ମସିହାରେ ମଧ୍ୟ ସପ୍ତାହ ବ୍ୟାପି ଭାଗବତ କଥା ଆୟୋଜିତ ହୋଇଥିଲା । ଶ୍ରୀ ଅଗ୍ରୱାଲ ଓ ତାଙ୍କ ପରିବାର ମହାଦେବଙ୍କ ଉପାସକ ଥିବା ଏବଂ ଟିଟିଲାଗଡ଼ ଜନ୍ମ ମାଟି ପ୍ରତି ସେ ଆକୃଷ୍ଟ ଥିବା ଯୋଗୁଁ ସେ ଏଠାରେ ଏହି କାର୍ଯ୍ୟକ୍ରମ କରିଥିବା ନେଇ ପ୍ରକାଶ କରିଥିଲେ।ଆଗାମୀ ଦିନରେ ସୁଯୋଗ ମିଳିଲେ ଟିଟିଲାଗଡ଼ ରେ ହିଁ ଦେବୀ ମହାପୁରାଣ ଆୟୋଜିତ କରିବାକୁ ମନସ୍ଥ କରିଥିବା ଶ୍ରୀ ଅଗ୍ରୱାଲ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here