ନୂତନ ଥାନା ଅଧିକାରୀଙ୍କୁ ସାମ୍ବାଦିକ ସଂଘ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା

0
144

ସଇଁତଳା,୧୩/୦୮(ଜେଏନ୍ଏସ୍) : ସଇଁତଳା କାର୍ଯ୍ୟରତ ସାମ୍ବାଦିକ ସଂଘ ପକ୍ଷରୁ ନୂତନ ଥାନା ଅଧିକାରୀ ଜି ହୁ ସୁଶାନ୍ତ କୁମାର ବଢ଼େଇଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସଇଁତଳା ଥାନା ଅଧିକାରୀ ସୁଶାନ୍ତ କୁମାର ପ୍ରଧାନଙ୍କୁ ବରଗଡ଼ ଜିଲ୍ଲା ପାଇକମାଳ ଥାନା ଏବଂ ପାଇକମାଳ ଥାନା ଅଧିକାରୀ ଶ୍ରୀ ବଢ଼େଇଙ୍କୁ ସଇଁତଳା ଥାନାକୁ ବଦଳି ହୋଇଛି। ସଇଁତଳା ଥାନା ଅନ୍ତର୍ଗତ ସମସ୍ତ ଅପରାଧିକ କାର୍ଯ୍ୟକଳାପକୁ ଦମନ କରିବା ସହ ଅଞ୍ଚଳବାସୀଙ୍କୁ ନ୍ୟାୟ ପ୍ରଦାନ କରାଯିବାକୁ ପ୍ରାଥମିକତା ଦିଆଯିବା ନେଇ ନୂତନ ଥାନା ଅଧିକାରୀ ଶ୍ରୀ ବଢେଇ କହିଛନ୍ତି । କାର୍ଯ୍ୟକ୍ରମରେ ସାମ୍ବାଦିକ ସଂଘର ମୁଖ୍ୟ ପରାମର୍ଶଦାତା ପ୍ରମୋଦ ସେଲମା, ସଭାପତି ନାରାୟଣ ସାହୁ, ସମ୍ପାଦକ ବିଶାଳ ଅଗ୍ରୱାଲ, ଉପ ସଭାପତି ପ୍ରଦୀପ ବାଗ, କୋଷାଧ୍ୟକ୍ଷ ଅଜିତ ସାହୁ, ସୁଶାନ୍ତ ମେହେର, ଚନ୍ଦ୍ରଭାନୁ ପ୍ରଧାନ, ରାମନାରାୟଣ ବାଗ, ଲକ୍ଷ୍ମୀକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। 

LEAVE A REPLY

Please enter your comment!
Please enter your name here