ସଇଁତଲା ବ୍ଲକର ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପାଳିତ

0
139

ସଇଁତଳା,୧୫/୦୮(ଜେଏନ୍ଏସ୍): ସଇଁତଳା ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ୭୮ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ରମେଶ ସିଂ ଭୋଇ ଷ୍ଟାଡିଅମ୍‌ ପରିସରରେ ବ୍ଲକସ୍ତରୀୟ ୭୮ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ବିଡ଼ିଓ ବିନୟ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଟିଟିଲାଗଡ଼ ବିଧାୟକ ନବୀନ କୁମାର ଜୈନ ଯୋଗଦେଇ  ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ୍‌ ଅଭିବାଦନ ଗ୍ରହଣ କରିଥିଲେ । ବିଭିନ୍ନତାରେ ଏକତା ଦେଶର ପରିଚୟ ହୋଇଥିବା ବେଳେ ଏକ ବିକଶିତ ଦେଶ ଭାବରେ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ଆଗକୁ ବଢୁଥିବା ମୁଖ୍ୟ ଅତିଥି ଶ୍ରୀ ଜୈନ ପ୍ରକାଶ କରିଥିଲେ । ଏହି ପରିପେକ୍ଷୀରେ ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ କୃତୀ ଛାତ୍ରଛାତ୍ରୀଙ୍କୁ ବିଧାୟକ ଶ୍ରୀ ଜୈନ ସମ୍ବର୍ଦ୍ଧିତ କରିଥିଲେ । ଚଳିତ ବର୍ଷ ପ୍ୟାରେଡରେ ଶିକ୍ଷା ସଦନ ବିଦ୍ୟାଳୟର ବାଳିକା ଗ୍ରୁପ ଚମ୍ପିୟାନ ବିବେଚିତ ହୋଇଥିଲେ । ସେହିପରି ବ୍ଲକ କାର୍ଯାଳୟ ପରିସରରେ ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ ପତାକା ଉତୋଳନ କରିଥିବାବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା. ସମରେନ୍ଦ୍ର ମହାପାତ୍ର, ସିଭିଲ କୋର୍ଟରେ ମାଜିଷ୍ଟ୍ରେଟ ଭାଗ୍ୟଶ୍ରୀ ପତି, ତହସିଲ କାର୍ଯ୍ୟାଳୟରେ ତହସିଲଦାର ଆଶିଷ ଏକ୍କା, କୃଷି କାର୍ଯାଳୟରେ ବ୍ଲକ କୃଷି ଅଧିକାରୀ ଭକ୍ତଚରଣ ଛତ୍ରିଆ, ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବିଇଓ ଗୋବର୍ଦ୍ଧନ ଭୋଇ, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେରେ ସିଡିପିଓ ଗୋଲାପୀ ନାଏକ, ପଞ୍ଚାୟତ କଲେଜରେ ଅଧ୍ୟକ୍ଷ ତିରୁପତି ମେହେର, ଶିଶୁ ମନ୍ଦିରରେ ସମାଜସେଵୀ ମଦନଲାଲ ଅଗ୍ରୱାଲ, ଆଦର୍ଶ ବିଦ୍ୟାଳୟରେ ଅଧ୍ୟକ୍ଷ ଗୋଲକ ଚନ୍ଦ୍ର ମଲ୍ଲିକ, ଥାନା ପରିସରରେ ଆଇଆଇସି ସୁଶାନ୍ତ ବଢ଼େଇ, ନୋଡାଲ ହାଇସ୍କୁଲରେ ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ମହାପାତ୍ର, ରେଡ଼କ୍ରସ ଭିନ୍ନକ୍ଷମ ବିଦ୍ୟାଳୟରେ ବିଡ଼ିଓ ବିନୟ ଭୋଇ, ବାଳିକା ଉଚ୍ଚ ବିଦ୍ୟାଳୟରେ ବିନାୟକ କୁମ୍ଭାର, କେନ୍ଦୁଲିପ ବିଭାଗରେ ରେଞ୍ଜର ଭାସ୍କର ଚନ୍ଦ୍ର ପାଣିଗ୍ରାହୀ, ବନ ବିଭାଗରେ ରେଞ୍ଜର ସାଗର ରାଜ ନାୟକ ପ୍ରମୁଖ ଜାତୀୟ ପତାକା ଉତ୍ତୋଳନ କରିଥିଲେ। 

LEAVE A REPLY

Please enter your comment!
Please enter your name here