ଟିଟିଲାଗଡ଼ରେ ମେଗା ରକ୍ତଦାନ ଶିବିର

0
110

ଟିଟିଲାଗଡ଼,୧୯/୦୮(ଜେଏନ୍ଏସ୍): ଟିଟିଲାଗଡ଼ ମହାବୀର ପଞ୍ଚାୟତ ଧର୍ମଶାଳା ପରିସରରେ ସ୍ଥାନୀୟ ଅଗ୍ରଣୀ ବିଭିନ୍ନ ଅନୁଷ୍ଠାନର ମିଳିତ ଆନୁକୁଲ୍ୟରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଟିଟିଲାଗଡ଼ ପୌର ଅଧ୍ୟକ୍ଷା ମମତାଦେବୀ ଜୈନ ମୁଖ୍ୟ ଅତିଥି ଏବଂ ସହାୟକ ଜିଲ୍ଲାପାଳ ସନ୍ଦୀପ ଚନ୍ଦ୍ରକାର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ । ରକ୍ତଦାନ ଦ୍ଵାରା ଅନ୍ୟର ଜୀବନ ବଞ୍ଚାଇବା ସହ ରକ୍ତଦାନ ଶରୀର ପାଇଁ କେତେ ଉପଯୋଗୀ ତାହାକୁ ନେଇ ଅତିଥିବୃନ୍ଦ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ଆମ ଓଡ଼ିଶା, ସ୍ଥାନୀୟ ଲାୟଂସ କ୍ଳବ୍, ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମିତି, ମାରୱାଡ଼ି ଯୁବାମଞ୍ଚ ସେଣ୍ଟ୍ରାଲ ଶାଖା, ମାହେଶ୍ୱରୀ ସଙ୍ଗଠନ, ଜେ.ସି.ଆଇ, ଟିଟିଲାଗଡ଼ ବିକାଶ ସେନା, ଆକ୍ସନଏଡ୍, କେ.ଜି.ଏନ.କମିଟି, ପ୍ରକୃତିରକ୍ଷା ଫାଉଣ୍ଡେସନ ଆଦି ପ୍ରମୁଖ ଅନୁଷ୍ଠାନ ସହଯୋଗ କରିଥଲେ। ସ୍ଥାନୀୟ  ଯୁବ ସାମ୍ବାଦିକ ସଞ୍ଜୟ ନାୟକ ରକ୍ତଦାନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଶିବିରରେ ସମୁଦାୟ ୫୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ସମସ୍ତ ରକ୍ତଦାତାଙ୍କୁ ରକ୍ତଦାନ ପରେ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଶିବିର ପରିଚାଳନାରେ ଅନ୍ୟମାନଙ୍କ ମଧ୍ୟରେ ଲାୟନ୍ସ କ୍ଲବ ସଭାପତି ଗଙ୍ଗାଧର, ମାରୱାଡ଼ି ଯୁବାମଞ୍ଚ ସେଣ୍ଟ୍ରାଲ ଶାଖା ସଭାପତି ମିଣ୍ଟୁ ଶର୍ମା, ଏକ୍ସନଏଡ୍ ର ମୁରଲୀ ଚନ୍ଦ୍ର ଦାସ, କେଜିଏନ ର ଇବଜୁଲ ରେହମାନ,ପ୍ରକୃତି ରକ୍ଷା ଫାଉଣ୍ଡେସନ ସଭାପତି ସାରଦା ରାଓ,ଲକ୍ଷ୍ମୀ ବଗର୍ତ୍ତି,ବରିଷ୍ଠ ସମାଜସେବୀ ଅଞ୍ଜଳି ବେହେରା, ବିକାଶ ସେନା ସଭାପତି ଅମ୍ଳାନ ଷଡ଼ଙ୍ଗୀ, ପ୍ରମୋଦ କୁମାର ବାରିକ, ହରିଶ ରାୟଥାତା, ରାଜ୍ୟସଭା ସାଂସଦଙ୍କ ପ୍ରତିନିଧି ରମେଶ ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here