ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରରେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ

0
137

ଟିଟିଲାଗଡ଼,୧୯/୦୮(ଜେଏନ୍ଏସ୍): ସ୍ଥାନୀୟ ଅଞ୍ଚଳରେ ଶିକ୍ଷା ପ୍ରଦାନରେ ଅଗ୍ରଣୀ ଭୂମିକା ତୁଲାଇଥିବା ସିଦ୍ଧି ବିନାୟକ ବିଦ୍ୟାମନ୍ଦିର ପରିସରରେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବଣିକ ସଂଘ ସଭାପତି ଶମ୍ଭୁ ପ୍ରସାଦ ଗୋଏଲ ଓ ତାଙ୍କ ଧର୍ମପତ୍ନୀ ସମାଜସେବୀ ସୀମା ଗୋଏଲ ମୁଖ୍ୟଅତିଥି, ସାମ୍ବାଦିକ ମନୋଜ ଶତପଥୀ, ନାରୀ ନେତ୍ରୀ ଅଞ୍ଜଳୀ ବେହେରା, ଓଷ୍ଟା ସମ୍ପାଦକ ଗୋବର୍ଦ୍ଧନ ସାହୁ, ସମାଜସେବୀ ହରିଶ ରାୟାଠାତା, ବିଦ୍ୟାଳୟର ନିର୍ଦେଶକ ସୁଧୀର ସାହୁ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଗିରଥି ବିଶି ଓ ଶିକ୍ଷୟତ୍ରୀ ଚାନ୍ଦିନୀ ଶର୍ମା ସଭା ପରିଚାଳନା କରିଥିଲେ । ରକ୍ଷାବନ୍ଧନ ଅବସରରେ ଛାତ୍ରୀମାନେ ଅତିଥିଙ୍କୁ ରାକ୍ଷୀ ବାନ୍ଧିଥିଲେ।  ମୁଖ୍ୟ ଅତିଥି ଶ୍ରୀ ଗୋୟଲ ରକ୍ଷା ବନ୍ଧନର ବାର୍ତ୍ତା ପ୍ରଦାନ ସହ ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ସମ୍ମାନିତ ଅତିଥି ଶ୍ରୀ ଶତପଥୀ ଅନୁଷ୍ଠାନରେ ସଂସ୍କାର ସମ୍ପନ୍ନ ଶିକ୍ଷାଦାନ ପ୍ରଦାନ କରାଯାଉଥିବା ଏବଂ ବିଗତ ବର୍ଷ ବିଦ୍ୟାଳୟ ଉପଖଣ୍ଡ ସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଉଲ୍ଲେଖ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ଅତିଥିବୃନ୍ଦ ସମ୍ବର୍ଦ୍ଧିତ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here