ଦର୍ଲୋ ଗ୍ରାମରେ ପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ

0
160

ଟିଟିଲାଗଡ଼,୨୦/୦୮(ଜେଏନ୍ଏସ୍): ଟିଟିଲାଗଡ଼ ଥାନା ଅନ୍ତର୍ଗତ ଦର୍ଲୋ ଗ୍ରାମର ପୋଖରୀରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି ।  ସୂଚନା ମତେ ଦର୍ଲୋ ଗ୍ରାମର କିଶୋର ଜାନୀ (୫୪) ଦୀର୍ଘଦିନରୁ ମାନସିକ ରୋଗରେ ପୀଡ଼ିତ ଥିଲେ । ଗତକାଲି ରାତ୍ରିଭୋଜନ କରିବା ପରେ ଶୋଇପଡ଼ିଥିଲେ । ରାତିରେ ସେ କୁଆଡ଼େ  ଚାଲିଯାଇ ଥିଲେ l ପରିବର ଲୋକେ ଖୋଜାଖୋଜି କରିବାପରେ ତାଙ୍କୁ ନପାଇ ନିରାଶ ହୋଇଥିଲେ । ତେବେ ଆଜି ସକାଳରେ ଜାନୀପଡ଼ା ପୋଖରୀକୁ ସ୍ଥାନୀୟ ଲୋକେ ଗାଧୋଇବାକୁ ଯାଇଥିବା ବେଳେ ଜଣେ ବ୍ୟକ୍ତିଙ୍କ ଶବ ପାଣିରେ ଭାସୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ l ଖବରପାଇଁ ଟିଟିଲାଗଡ଼ ଥାନାଧିକାରୀ ବିଶ୍ୱଜିତ ମନବୋଧ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ ସହଯୋଗରେ ମୃତଦେହକୁ ଉଦ୍ଧାରକରି ସ୍ଥାନୀୟ ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ତେବେ ସନ୍ଧ୍ୟା ହୋଇଯାଇଥିବାରୁ ଆସନ୍ତାକାଲି ବ୍ୟବଚ୍ଛେଦ କରାଯିବ ବୋଲି ଥାନାଧିକାରି ଶ୍ରୀ ମନବୋଧ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here