ଗୋଷ୍ଠୀ ପୂଜା ମଣ୍ଡପ ର ଭିତ୍ତି ପ୍ରସ୍ତର ସ୍ଥାପନ

0
131

ଟିଟିଲାଗଡ଼,୦୨/୦୯,(ଜେଏନଏସ), ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ସୋମବାର ଟିଟିଲାଗଡ ଗସ୍ତ ରେ ଆସି ଟାଟା ପାୱାର କାର୍ଯ୍ୟାଳୟ ପରିସରରେ ଏକ ଗୋଷ୍ଠୀ ପୂଜା ମଣ୍ଡପ ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।ଟିଟିଲାଗଡ ସହରରେ ବିଦ୍ୟୁତ ବିଭାଗ ପକ୍ଷରୁ ଦୀର୍ଘ ୬୭ ବର୍ଷଧରି ଆୟୋଜିତ ହୋଇ ଆସୁଥିବା ଦୁର୍ଗାପୂଜା ପାଇଁ ଉଦ୍ଧିଷ୍ଟ ଏହି ପୂଜା ମଣ୍ଡପ ପାଇଁ ସାଂସଦ ତାଙ୍କ ପାଣ୍ଠି ରୁ ୫ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କରିଥିବା ବେଳେ ପୂଜା କମିଟି ପକ୍ଷରୁ ସାଂସଦ ଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।ପ୍ରକାଶ ଯୋଗ୍ୟ ଯେ ସାଂସଦ ଶ୍ରୀ ବିଶି ପୂର୍ବରୁ ଟିଟିଲାଗଡ ବିଦ୍ୟୁତ ବିଭାଗରେ ୧୬ ବର୍ଷ ଧରି ଚାକିରି କରିଥିବା ବେଳେ ବିଭାଗ ପକ୍ଷରୁ ଆୟୋଜିତ ଏହି ଦୁର୍ଗାପୂଜା କମିଟି ର କୋଷାଧ୍ୟକ୍ଷ ଭାବରେ ଦାୟିତ୍ଵ ନିର୍ବାହ କରିଥିଲେ।ତାଙ୍କ କର୍ମମୟ ଜୀବନ ର ଦୀର୍ଘ ସମୟ ଟିଟିଲାଗଡ ରେ ଅତିବାହିତ ହୋଇଥିବାରୁ ଏହି ମାଟି ସହ ସେ ଜଡ଼ିତ ଏବଂ ଅଞ୍ଚଳର ବିକାଶ କୁ ସେ ପ୍ରାଥମିକତା ଦେଇଥିବା ସାଂସଦ ଉଲ୍ଲେଖ କରିଥିଲେ।କାର୍ଯ୍ୟକ୍ରମରେ ଟାଟା ପାୱାର ନିର୍ବାହୀ ଯନ୍ତ୍ରୀ ବିନାୟକ ରାଉତ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ ରଣା,ସାଂସଦ ଙ୍କ ପ୍ରତିନିଧି ରମେଶ ଅଗ୍ରୱାଲ,ପୂର୍ବତନ କାଉନସିଲର ଦୀପକ ସମାଜଦାର ପ୍ରମୁଖ ଙ୍କ ସହ ବିଭାଗୀୟ କର୍ମଚାରୀ ଏମ ଏସ ଭି ପ୍ରସାଦ,ମନୋଜ ପଟ୍ଟନାୟକ,ରଞ୍ଜିତ ଲେଙ୍କା,ଅମ୍ଳାନ ନାୟକ,ମାନସ ପ୍ରଧାନ,ଅମରେଶ ଶତପଥୀ ଓ ପ୍ରକାଶ ଦାସ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here