ମାହାଙ୍ଗା ବିଧାୟକଙ୍କ ମନ୍ତବ୍ୟକୁ ରାଜ୍ୟ ସରପଞ୍ଚ ସଂଘର ନିନ୍ଦା

0
85

ଟିଟିଲାଗଡ଼,୦୫ /୦୯,(ଜେଏନଏସ), ବିଧାନସଭାରେ ଗ୍ରାମ ପଞ୍ଚାୟତ ତଥା ସରପଞ୍ଚଙ୍କ ବିରୋଧରେ ମାହାଙ୍ଗା ସ୍ୱାଧୀନ ବିଧାୟକ ସାରଦା ପ୍ରଧାନ ଦେଇଥିବା ମନ୍ତବ୍ୟକୁ ରାଜ୍ୟ ସରପଞ୍ଚ ମହାସଙ୍ଘ ଦୃଢ ନିନ୍ଦା କରିଛି । ଗୋଟିଏ କାମକୁ ତିନୋଟି ଜିଲ୍ଲା, ପଞ୍ଚାୟତ ସମିତି ତଥା ଗ୍ରାମ ପଞ୍ଚାୟତର ବାର୍ଷିକ କାର୍ଯ୍ୟ ଖସଡ଼ାରେ ରହୁଥିବା ଏବଂ ପଞ୍ଚାୟତର ସରପଞ୍ଚମାନେ ଦୁର୍ନୀତି କରୁଥିବା ହେତୁ ପଞ୍ଚାୟତର ସମସ୍ତ କାମ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ଵାରା କାଉଣ୍ଟର ଦସ୍ତଖତ କରାଯାଉ ବୋଲି ବିଧାୟକ କହିଥିଲେ । ସଂଘ ପକ୍ଷରୁ ଏହାକୁ ନିନ୍ଦା କରାଯିବା ସହ ଗ୍ରାମ ପଞ୍ଚାୟତର ଅଧିନିୟମର ବିଧି ବ୍ୟବସ୍ଥାରେ ଗ୍ରାମ ପଞ୍ଚାୟତର ବାର୍ଷିକ ଖସଡ଼ା ( ଜିପିଡ଼ିପି) ଗ୍ରାମ ପଞ୍ଚାୟତରେ ଅନୁମୋଦନ ହେଲାପରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁମୋଦନ କରିଥାନ୍ତି ଓ ଏହା ଅନଲାଇନ୍ ମାଧ୍ୟମରେ ଲିପିବଦ୍ଧ ହେଉଥିବା ସଂଘ ପକ୍ଷରୁ କୁହାଯାଇଛି । ଗତ ସରକାର ଓଡିଶା ଗ୍ରାମ ପଞ୍ଚାୟତ ଅଧିନିୟମ ବିରୋଧରେ ଯାଇ ଏହି ନିୟମ ଲାଗୁ କରିଥିଲେ ଏବଂ ରାଜ୍ୟ ସରପଞ୍ଚ ସଂଘ ଏହାର ଦୃଢ଼ ବିରୋଧ କରିବା ଯୋଗୁଁ ରାଜ୍ୟ ସରକାର ଏହି ନିୟମକୁ ଫେରାଇ ନେଇଥିଲେ ।ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତମାନଙ୍କୁ ବର୍ତ୍ତମାନ ସ୍ୱରାଜ ପୋର୍ଟାଲରେ ସଂଯୋଗ କରାଯାଇଛି ତେଣୁ ପଞ୍ଚାୟତର ସମସ୍ତ କାର୍ଯ୍ୟକ୍ରମ ପ୍ରତିମାସରେ ସନ୍ଦେଶ ଆପ ଦ୍ଵାରା ଅପଲୋଡ଼ ହେଉଛି । ସରକାରଙ୍କ ପାଖରେ ଗ୍ରାମ ପଞ୍ଚାୟତମାନଙ୍କ ସମସ୍ତ ତଥ୍ୟ ରହୁଛି ତେଣୁ ଦୁର୍ନୀତି ହେବାର ସମ୍ଭାବନା ନ ଥିବା ସଂଘ ପକ୍ଷରୁ କୁହାଯାଇଛି । ବିଧାୟକ ତାଙ୍କ ମନ୍ତ୍ୟବ୍ୟକୁ ୭ ଦିନ ମଧ୍ୟରେ ଫେରାଇ ନେଇ ରାଜ୍ୟ ସରପଞ୍ଚମାନଙ୍କୁ କ୍ଷମା ପାର୍ଥନା ନ କଲେ ସଙ୍ଘ ଏହାର ଦୃଢ଼ ପ୍ରତିବାଦ କରିବ ବୋଲି କାର୍ଯ୍ୟକାରୀ ସଭାପତି ବୀରବର ସାହୁ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here