ଲୋକୋ ପାଇଲଟ ନିଖୋଜ ଜିଆରପି ଥାନାରେ ମାମଲା ରୁଜୁ

0
71

ଟିଟିଲାଗଡ଼,୦୬/୦୯,(ଜେଏନଏସ), ଟିଟିଲାଗଡ଼ ରେଳ ବିଭାଗରେ କାର୍ଯ୍ୟରତ ଲୋକୋ ପାଇଲଟ ରଙ୍ଗବହାଦୁର ସିଂ ନିଖୋଜ ଥିବା ନେଇ ସ୍ଥାନୀୟ ଜିଆରପି ଥାନାରେ ଏକ ମାମଲା ରୁଜୁ ହୋଇଛି । ଏପରିକି ନିଖୋଜ ଲୋକୋ ପାଇଲଟଙ୍କ ସ୍ତ୍ରୀ ତାଙ୍କ ସ୍ଵାମୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ ରଙ୍ଗ ବାହାଦୁର ଓ ତାଙ୍କ ସହଯୋଗୀ ବୁଦ୍ଧିମାନ ବେହେରା ଗତ ୪ ତାରିଖ ରାତିରେ ବିଶାଖାପାଟଣା ଦୁର୍ଗ ଏକ୍ସପ୍ରେସ ଟ୍ରେନରେ କଣ୍ଟାବାଞ୍ଜି ବାହାରିଥିଲେ । ସେଠାରୁ ଉଭୟଙ୍କ ଡ୍ୟୁଟି ଥିବାବେଳେ ରଙ୍ଗବାହାଦୁର କଣ୍ଟାବାଞ୍ଜିରୁ ହିଁ ନିଖୋଜ ହୋଇଯାଇଥିଲେ । ଘଟଣା ସମ୍ପର୍କରେ ସହଯୋଗୀ ଶ୍ରୀ ବେହେରା ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରିବାପରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଥିଲା । ତେବେ ଘଟଣାର ୨ ଦିନ ପରେ ମଧ୍ୟ ନିଖୋଜ ଲୋକୋ ପାଇଲଟଙ୍କ କୌଣସି ଖବର ନ ମିଳିବାରୁ ତାଙ୍କ ସ୍ତ୍ରୀ ଶୁକ୍ରବାର  ଜିଆରପି ଥାନାରେ ଏକ ମାମଲା ଦାୟର କରିଛନ୍ତି । ଅଭିଯୋଗ ପରେ ଜିଆରପି ଥାନା ଅଧିକାରୀ ବିନୟ କୁମାର ଭୋଇ ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here