ଭାରତରତ୍ନ ଆଚାର୍ଯ୍ୟ ବିନୋବା ଭାବେଙ୍କ ୧୩୦ ତମ ଜୟନ୍ତୀ ପାଳିତ

0
81

ଭୁବନେଶ୍ଵର,୧୨/୦୯,(ଜେଏନଏସ), ବିନୋବା ସେବା ପ୍ରତିଷ୍ଠାନ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନ ପରିସରରେ ଭାରତ ରତ୍ନ ଆଚାର୍ଯ୍ୟ ବିନୋବା ଭାବେଙ୍କ ୧୩୦ତମ ଜୟନ୍ତୀ ପାଳିତ ହୋଇଯାଇଛି । ଅନୁଷ୍ଠାନର ସାଧାରଣ ସମ୍ପାଦକ ମନୋଜ ଜେନାଙ୍କ ସଭାପତିତ୍ଵରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମଦାସ ଅଠୱାଲେ ମୁଖ୍ୟ ଅତିଥି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ, ଜାତୀୟ ହରିଜନ ସେବକ ସଂଘ ସଭାପତି ଶଙ୍କର ସନ୍ୟାଲ, ଲୋକ ସେବକ ମଣ୍ଡଳ ଉପାଧ୍ୟକ୍ଷ ଦୀପକ ମାଲବ୍ୟ, ଶେଖ୍ ଅବଦୁଲ ଅଲ୍ଲୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ବିନୋବା ଭାବେଙ୍କ ସ୍ମୃତି ଚରଣ କରିଥିଲେ । ଏହି ଅବସରରେ” ଆତ୍ମନିର୍ଭର ଭାରତରୁ ବିକଶିତ ଭାରତ: ଭୁଦାନ ଆନ୍ଦୋଳନର ଅବଦାନ” ବିଷୟ ସମ୍ପର୍କିତ ଜାତୀୟ ସ୍ତରର ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା । ଭାରତ ବର୍ଷକୁ ଆଚାର୍ଯ୍ୟ ବିନୋବା ଭାବେଙ୍କ ଅବଦାନ ସମ୍ପର୍କରେ ବିସ୍ତୃତ ଆଲୋଚନା ସହ ଦଳିତ ଶ୍ରେଣୀର ଲୋକଙ୍କ ବିକାଶ ହେଲେ ଯାଇ ସମାନ୍ତରାଳ ଭାବେ ବିକାଶ ହେବ ବୋଲି ଅତିଥିବୃନ୍ଦ ପ୍ରକାଶ କରିଥିଲେ । ମହିଳା ଅଧିକାର ଅଭିଯାନ ଅଧକ୍ଷା ଡ଼ରୀନା ରାଉତରାୟ ସଭା ସଞ୍ଚାଳନ କରିଥିଲେ । ଆମ୍ବେଦକର ଇଣ୍ଟରନେସନାଲର ସଭାପତି କାଳିଚରଣ ସିଂହ ଧନ୍ୟବାଦ ଜ୍ଞାପନ କରିଥିଲେ । ଅନୁଷ୍ଠାନ ପକ୍ଷରୁ ପ୍ରସନ୍ନ ବିଷୋୟୀ, ବିଷ୍ନୁପ୍ରିୟା ମିଶ୍ର, ବୃନ୍ଦାବନ ମିଶ୍ର, ରାଜକିରଣ ପାଣିଗ୍ରାହୀ ପ୍ରମୁଖଙ୍କୁ ସର୍ବୋଦୟ ସେବା ସମ୍ମାନ ପ୍ରଦାନ କରାଯାଇଥିଲା । ଏହି ଅବସରରେ  କଳାକାରମାନଙ୍କ ଦ୍ୱାରା ଦେଶାତ୍ମବୋଧକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । 

LEAVE A REPLY

Please enter your comment!
Please enter your name here