ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ସୁଧାରିବାକୁ ବଜରଙ୍ଗ ଦଳର ଦାବୀପତ୍ର : ଡେଙ୍ଗୁ ନେଲା ଆଉ ଏକ ଜୀବନ

0
72

ସଇଁତଳା,୧୩/୦୯,(ଜେଏନଏସ),ସଇଁତଳାରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ନେଇ ବଜରଙ୍ଗ ଦଳ ପକ୍ଷରୁ ସ୍ଥାନୀୟ ବିଡ଼ିଓ ଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଯୋଗୁଁ ସଇଁତଳା ଡେଙ୍ଗୁ ଆତଙ୍କ ପୁଣି ମୁଣ୍ଡ ଟେକୁଥିବା ଦେଖିବାକୁ ମିଳିଛି । ଦୁଇମାସ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଜଣେ ଯୁବକଙ୍କ ପ୍ରାଣହାନି ଘଟିଥିବା ବେଳେ ବର୍ତ୍ତମାନ ପୁଣି ଜଣେ ଡେଙ୍ଗୁ ଆକ୍ରାନ୍ତ ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ସଇଁତଳା କଲେଜରେ ରାତ୍ରୀ ଜଗୁଆଳି ଭାବରେ କାର୍ଯ୍ୟରତ କ୍ଷେତ୍ରମୋହନ ସାହୁ(୨୬)ଙ୍କ ରାୟପୁର ସ୍ଥିତ ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ପ୍ରକାଶ ଯୋଗ୍ୟ ଯେ ସହରର ୮୦ ରୁ ଉର୍ଦ୍ଧ  ଡେଙ୍ଗୁ ଆକ୍ରାନ୍ତ ରୋଗୀ ଚିକିତ୍ସିତ ହୋଇ ସୁସ୍ଥ  ହୋଇଥିଲେ । ତେବେ ସହର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଯୋଗୁଁ ଡେଙ୍ଗୁ କଡ ଲେଉଟାଇବା ଦେଖିବାକୁ ମିଳିଛି । ବଜରଙ୍ଗ ଦଳ ପକ୍ଷରୁ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରାଯିବା ସହ ପ୍ରଶାସନ ଯଥାଶୀଘ୍ର ସ୍ଥିତି ନ ସୁଧାରିଲେ ଦଳ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି । ଦାବିପତ୍ର ପ୍ରଦାନ ସମୟରେ ବ୍ଲକ ସଂଯୋଜକ ଯୁବରାଜ ନାଏକ, ସହ ସଂଯୋଜକ ରାକେଶ ସାହୁ, କ୍ଷୀରସିନ୍ଧୁ ସୁନା, ରୋଶନ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here