କୋଶଲୀ ଭାଷାକୁ ସାମ୍ବିଧାନିକ ମାନ୍ୟତା ଦାବୀ : ଗଡିଲା କୋଶଳ ଅସ୍ମିତା ରଥ

0
65

ଟିଟିଲାଗଡ଼,୧୭/୦୯,(ଜେଏନଏସ),କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀ ପକ୍ଷରୁ କୋଶଳୀ ଭାଷାକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ ଦାବୀ ନେଇ କୋଶଳ ଅସ୍ମିତା ରଥ ଗଡିଛି । ସଚେତନତାର ବାର୍ତ୍ତା ନେଇ ଏହି ରଥ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରୁ ଯାତ୍ରା ଆରମ୍ଭ କରି ପଶ୍ଚିମ ଓଡ଼ିଶାର ୧୦ ଟି ଜିଲ୍ଲା ଦେଇ ସୁବର୍ଣ୍ଣପୁର ଜିଲ୍ଲାର ବୈଦ୍ୟନାଥ ଗ୍ରାମ କୋଶଳେଶ୍ୱର ମନ୍ଦିରରେ ଠାରେ ସମାପ୍ତ ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ରଥ ଟିଟିଲାଗଡ଼ ପହଞ୍ଚିବା ପରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଗୋରେଖ ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସଭା ଆୟୋଜିତ ହୋଇଥିଲା । କୋଶଲୀ କବି ଟିକେଲାଲ ବେହେରା ସଭାର ସଭାପତିତ୍ଵ କରିଥିବା ବେଳେ ଅଧ୍ୟାପକ ଦିଲ୍ଲୀପ ପଶାୟତ, ନିତ୍ୟା ମାଝୀ, ଘିନୁ ଆଡଯୁଆଡ, ସରୋଜ ଭୂୟାଁ, ଦେବେନ୍ଦ୍ର ଜୈନ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବିଭିନ୍ନ ଦାବୀ ଉପସ୍ଥାପନା କରିଥିଲେ । ପ୍ରମୁଖ ଦାବୀ ମଧ୍ୟରେ କୋଶଳୀ ଭାଷାକୁ ଅଷ୍ଟମ ପରିଚ୍ଛେଦରେ ସାମିଲ କରାଯିବା, ପଶ୍ଚିମ ଓଡ଼ିଶାର ଶିଶୁଙ୍କୁ ୨୦୨୦ ଶିକ୍ଷାନୀତି ଅନୁଯାୟୀ ସେମାନଙ୍କ ମାତୃଭାଷାରେ ଶିକ୍ଷା ପ୍ରଦାନ କରିବା ଓଡ଼ିଶାର ଦ୍ଵିତୀୟ ସରକାରୀ ଭାଷା ଭାବରେ କୋଶଳୀ ଭାଷାକୁ ମାନ୍ୟତା ଦେବା, କୋଶଳୀ ଯାନିଯାତ୍ରାକୁ ସୁରକ୍ଷା ପ୍ରଦାନ କରାଯିବା ଆଦି ରହିଥଲା । ସଭା ଶେଷରେ ସାକେତ ଶ୍ରୀଭୂଷଣ ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କ୍ଷିରସିନ୍ଧୁ ବିଶି, ମାନସ ସାହୁ, ନରସିଂହ ସାହୁ, ବନମାଳୀ ବେହେରା ପ୍ରମୁଖ ସହଯୋଗ କରିଥିଲେ। 

LEAVE A REPLY

Please enter your comment!
Please enter your name here