ସୌର ଚାଳିତ ମିଲେଟ ପ୍ରକ୍ରିୟାକରଣ କେନ୍ଦ୍ର ଉଦଘାଟିତ

0
90

ଟିଟିଲାଗଡ଼,୨୦/୦୯,(ଜେଏନଏସ),ଟିଟିଲାଗଡ ବ୍ଲକ ବାଞ୍ଜିପଦର ପଞ୍ଚାୟତ ଅନ୍ତର୍ଗତ ମାଥନପଲା ଠାରେ ସୌରଚାଳିତ ମିଲେଟ ପ୍ରକ୍ରିୟାକରଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମରେ ନାବାର୍ଡ ଡିଡ଼ିଏମ୍ ବିବେକ କୁମାର ନାୟକ ମୁଖ୍ୟଅତିଥି, ସେଲକୋ କମ୍ପାନୀ ଶାଖା ପରିଚାଳକ କୁଷ୍ଣ ବେହେରା, ଅନୁରଞ୍ଜନ ମିଞ୍ଜ, ଆଶା ଅନୁଷ୍ଠାନର ସମ୍ପାଦକ ସଞ୍ଜୀବ ପଟ୍ଟନାୟକ, ଜାଡେନ ଫାର୍ମର କମ୍ପାନୀ ଅଧ୍ୟକ୍ଷା ମଧୁସ୍ମିତା ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଉପସ୍ଥିତ ଚାଷୀ ଓ ସ୍ଵୟଂ ସହାୟିକା ସଦସ୍ୟାଙ୍କୁ ଉତ୍ସାହିତ କରିଥିଲେ । ସୌର ଚାଳିତ ପ୍ରକ୍ରିୟାକରଣ ଦ୍ଵାରା କୃଷକଙ୍କ ଉତ୍ପାଦିତ ମାଣ୍ଡିଆ, ଗୁରଜି, ବାଜରା ସ୍ୱଳ୍ପ ଖର୍ଚ୍ଚରେ ଅଧିକ ମାତ୍ରାରେ ପ୍ରକ୍ରିୟାକରଣ ହେବାସହ ଅଞ୍ଚଳର କୃଷକ ଲାଭବାନ ହେବେ ବୋଲି ଅତିଥିବୃନ୍ଦ ପ୍ରକାଶ କରିଥିଲେ । ଏହି ଅବସରରେ ସୌରଚାଳିତ କେନ୍ଦ୍ରରେ ପ୍ରକ୍ରିୟାକରଣ ଓ କାର୍ଯ୍ୟ କରିବାପାଇଁ  ସ୍ଵୟଂ ସହାୟକ ଦଳର ସଦସ୍ୟାଙ୍କୁ ତାଲିମ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପରମେଶ୍ୱର ରଣା, ବିନୟ ମହାପାତ୍ର ମାନସ ପଟ୍ଟନାୟକ, ମିଲି ପଟ୍ଟନାୟକ, ଲକ୍ଷ୍ମୀ ରାଜ ସାହୁ, ପିତାମ୍ବର କୁମ୍ଭାର ଗୁପ୍ତେଶ୍ୱର ମାଝୀ, ଶମ୍ଭୁ  ବେଣିଆ ପ୍ରମୁଖ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here