ବିଜେପୁରରେ କ୍ଳଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ

0
142

ଟିଟିଲାଗଡ଼,୨୧/୦୯,(ଜେଏନଏସ), ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଥୁବୁଡ଼ିଂ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥ   ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଯୋଜକ ଗୋପାଳ ସିଂ ସୁନାଙ୍କ ଦ୍ଵାରା ଆୟୋଜିତ ବୈଠକରେ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣଙ୍କ ଆଦେଶ ଅନୁଯାୟୀ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ, ଜାତୀୟ ଉପଲବ୍ଧି ପରୀକ୍ଷଣ, ସେପ୍ଟେମ୍ବର ମାସର ଶୈକ୍ଷିକ କ୍ୟାଲେଣ୍ଡର ଓ  ମାନ ନିର୍ଦ୍ଧାରଣ ଟ୍ରାକର୍ ଆଲୋଚନା ଆଦି ବିଷୟବସ୍ତୁ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା । ଛାତ୍ରଛାତ୍ରୀଙ୍କୁ ପ୍ରତିଦିନ ଜାତୀୟ ଉପଲବ୍ଧି ପରୀକ୍ଷଣର ନମୁନା ପ୍ରଶ୍ନପତ୍ର ଅଭ୍ୟାସ କରlଯିବା ସହିତ କିପରି ସେମାନେ ଏହି ପରୀକ୍ଷଣରେ ତାଙ୍କ ଦକ୍ଷତାକୁ ଭଲଭାବେ ପ୍ରଦର୍ଶନ କରିବେ ସେହି ଦିଗ ପ୍ରତି ଦୃଷ୍ଟି ଆକର୍ଷଣ କରାଯାଇଥିଲା । ପ୍ରଧାନଶିକ୍ଷକ ସନ୍ତୋଷ କୁମାର ମେହେର ସଭାର ସଭାପତିତ୍ୱ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷକ ଶ୍ରୀ ଭୂପେନ୍ଦ୍ର ସାଗର, ମକର ବାରିକ, ଗୌର ବଗର୍ତ୍ତୀ, ସୁରପତି ଝାଙ୍କର, ଅନୋଲା ହୋରୋ, ରଜନୀକାନ୍ତ ବାଗ ପ୍ରମୁଖଙ୍କ ସହ ବହୁ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here