ଡାଇଡେକ ଇଣ୍ଡିଆର ବାର୍ଷିକ ସମ୍ମିଳନୀରେ ଟିଟିଲାଗଡ଼ର ହେଲୋ କିଡ୍ସ ସ୍କୁଲ ସମ୍ବର୍ଦ୍ଧିତ

0
97

ଟିଟିଲାଗଡ଼,୨୨/୦୯,(ଜେଏନଏସ), ଦିଲ୍ଲୀ ଠାରେ ଆୟୋଜିତ ଡାଇଡେକ ଇଣ୍ଡିଆର ୧୪ ତମ ବାର୍ଷିକ ସମ୍ମିଳନୀରେ ଟିଟିଲାଗଡ଼ ହେଲୋ କିଡ୍ସ ସ୍କୁଲକୁ ସମ୍ବର୍ଦ୍ଧିତ କରାଯାଇଛି । ଦେଶର ସମସ୍ତ ଶିକ୍ଷା ଅନୁଷ୍ଠାନମାନଙ୍କୁ ନେଇ ଆୟୋଜିତ ଏହି ତିନିଦିନିଆ ସମ୍ମିଳନୀରେ ଦେଶର ବିଭିନ୍ନ ପ୍ରାନ୍ତରୁ ସ୍କୁଲ ପରିଚାଳକମାନେ ଯୋଗ ଦେଇଥିଲେ । ଏହି ଅବସରରେ ଟିଟିଲାଗଡ଼ ହେଲୋ କିଡସର ମୂଖ୍ୟ ପରିଚାଳକ ଫେଜ ମହମ୍ମଦ ଖାଁଙ୍କୁ “ଏଜୁକେଟର ଅଫ ଦି ୟର” ଆୱାର୍ଡ଼ରେ ସମ୍ବର୍ଦ୍ଧିତ କରାଯାଇଛି।ହେଲୋ କିଡ୍ସର ଏହି ସଫଳତା ପରେ ପରିଚାଳକ ଫେଜ୍ ମହମ୍ମଦଙ୍କୁ ବିଭିନ୍ନ ମହଲରୁ ଶୁଭେଛା ପ୍ରଦାନ କରାଯାଇଛି । 

LEAVE A REPLY

Please enter your comment!
Please enter your name here