ସୂଚନା ଅନୁଯାୟୀ ନୂତନ ଅଙ୍ଗନବାଡ଼ି କୋଠା ନିର୍ମାଣ ପାଇଁ ୩ ବର୍ଷ ପୂର୍ବରୁ ୫ ଲକ୍ଷ ଟଙ୍କାର ଅନୁଦାନ ଆସିଥିବା ବେଳେ ଏ ଯାଏ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ ।ଏତେ ସଂଖ୍ୟାରେ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ରୋଷେଇ ସ୍ଥାନର ଅଭାବ ଯୋଗୁଁ ଖୋଲାରେ ରୋଷେଇ କରାଯାଉଥିବା ଦେଖାଯାଇଛି । ସ୍କୁଲ କୋଠା ମରାମତି ପାଇଁ ୧୪ ଲକ୍ଷ ଟଙ୍କା ଅନୁଦାନ ରାଶି ୨୦୨୧-୨୨ ଆର୍ଥିକ ବର୍ଷରୁ ଆସିଥିବା ଏବଂ ହଷ୍ଟେଲ କୋଠା ନିର୍ମାଣ ଓ ମରାମତି ପାଇଁ ଆର୍ଥିକ ବର୍ଷ ୨୦୨୨-୨୩ ରେ ୧୦ ଲକ୍ଷ ଏବଂ ୨୦୨୩-୨୪ ରେ ୧୦ ଲକ୍ଷ ଅନୁଦାନ ଆସିଛି ।
ତେବେ ଏତେ ସବୁ ଅନୁଦାନ ଆସିଥିବା ଏବଂ ବିଭାଗୀୟ କାର୍ଯ୍ୟାଦେଶର ଆଦେଶ ହୋଇଥିବା ସତ୍ତ୍ଵେ ଏଯାବତ୍ କୌଣସି କାର୍ଯ୍ୟ ଆରମ୍ଭ ନ ହେବା ବିଭାଗୀୟ ସ୍ୱଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅପରପକ୍ଷରେ ସ୍କୁଲ ପରିସରରେ ଥିବା ଶୌଚାଳୟଗୁଡ଼ିକ ଦୀର୍ଘ ଦେଢ଼ ବର୍ଷ ପୂର୍ବରୁ ଭଙ୍ଗାଯାଇ ବର୍ତ୍ତମାନ ସୁଦ୍ଧା ତିଆରି କରାଯାଇ ନ ଥିବାରୁ ଛାତ୍ରଛାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ବିଦ୍ୟାଳୟର ଅବ୍ୟବସ୍ଥା ସମ୍ଵନ୍ଧରେ ପ୍ରଧାନଶିକ୍ଷକ ସଞ୍ଜୀବ ସାହୁଙ୍କୁ ଯୋଗାଯୋଗ କରାଯିବାରୁ ସେ ଘଟଣାକୁ ସ୍ଵୀକାର କରିବାସହ ନିଜ ଅସହାୟତା ପ୍ରକାଶ କରିଥିଲେ । ଘଟଣାକୁ ନେଇ ବିଡ଼ିଓ ସୁଶାନ୍ତ ରଣାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ସେ ସ୍କୁଲକୁ ନିଜେ ଯାଇ ସ୍ଥିତି ପରଖିବା ସହ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି । ସଂପୃକ୍ତ ଘଟଣାରେ ଟିଟିଲାଗଡ଼ ଉପଜିଲ୍ଲାପାଳ ହସ୍ତକ୍ଷେପକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୂଚନା ଅଧିକାର କର୍ମୀ ସତ୍ୟନାରାୟଣ ବେହେରା ଦାବୀ କରିଛନ୍ତି । Important: Unauthorized Copying Prohibited
This website and its content are protected by copyright law. Any unauthorized copying, reproduction, or distribution of the materials contained herein is strictly prohibited and may result in legal action.
For permissions or inquiries, please contact us directly.