ଅଧାଶିକ୍ଷା ବର୍ଷ ସରିଲା ପୋଷାକ ବିତରଣ କେବେ ?

0
144

ଟିଟିଲାଗଡ଼,୨୪/୦୯,(ଜେଏନଏସ),ଚଳିତ ଶିକ୍ଷାବର୍ଷ ୬ ମାସ ଅତିକ୍ରମ କରିସାରିଥିଲେ ସୁଦ୍ଧା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ୧୬୯ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଏଯାବତ୍ ସ୍କୁଲ ପୋଷାକ ବଣ୍ଟନ କରାଯାଇନାହିଁ । ଅଧିକାଂଶ ବିଦ୍ୟାଳୟଗୁଡିକରେ ଛାତ୍ରଛାତ୍ରୀମାନେ ଚିରା ପୋଷାକ ପିନ୍ଧି ବିଦ୍ୟାଳୟକୁ ଆସୁଥିବା ଦେଖିବାକୁ ମିଳିଛି । ଚଳିତବର୍ଷ ପୋଷାକ ବଣ୍ଟନ ପାଇଁ ଟେଣ୍ଡର ଆହ୍ଵାନ କରାଯାଇଥିବା ଏବଂ ଏସଏଚଜି ଓ ଏମଏସଏମଇ ୟୁନିଟ ଏଥିପାଇଁ ଆବେଦନ କରିଥିବା ସୂଚନା ମିଳିଛି । ନିୟମ ଅନୁଯାୟୀ ଶିକ୍ଷାବର୍ଷ ଆରମ୍ଭ ରୁ ଜୁନ ୩୦ ତାରିଖ ମଧ୍ୟରେ ପୋଷାକ ବିତରଣ କରାଯିବା କଥା, ତେବେ ଚଳିତ ଶିକ୍ଷାବର୍ଷର ଅର୍ଦ୍ଧବାର୍ଷିକ ପରୀକ୍ଷା ଆସନ୍ତା ୦୩.୧୦.୨୦୨୪ ରୁ ଆରମ୍ଭ ହେବାକୁ ସୂଚନା ଦିଆଯାଇଛି । ତେବେ ଏ ଯାଏ ଛାତ୍ରଛାତ୍ରୀଙ୍କୁ ପୋଷାକ ବିତରଣ କରାଯାଇ ନ ଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।  

LEAVE A REPLY

Please enter your comment!
Please enter your name here