ଆର ଟି ଆଇ ତଥ୍ୟ ପ୍ରଦାନରେ ବିଳମ୍ବ ନେଇ ରାଜ୍ୟ ସୂଚନା ଆୟୁକ୍ତଙ୍କ ନୋଟିସ

0
126

ଟିଟିଲାଗଡ଼,୨୪/୦୯,(ଜେଏନଏସ), ସୂଚନା ଅଧିକାର ଆଇନ ଅନୁଯାୟୀ ତଥ୍ୟ ପ୍ରଦାନରେ ବିଳମ୍ବ କୁ ନେଇ ରାଜ୍ୟ ସୂଚନା ଆୟୁକ୍ତ ଅସନ୍ତୋଷ ପ୍ରକାଶ ସହ ସଂପୃକ୍ତ ଅଧିକାରୀଙ୍କୁ ନୋଟିସ ଜାରି କରିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ସ୍ଥାନୀୟ ଆଇନଜୀବୀ ରଘୁନାଥ ରଥ ଆର ଟି ଆଇ ମାଧ୍ୟମରେ ୨୦୨୦ ମସିହାରେ ଟିଟିଲାଗଡ଼ ତହସିଲଦାରଙ୍କୁ ଏକ ତଥ୍ୟ ମାଗିଥିଲେ । ତେବେ ନିର୍ଦ୍ଧାରିତ ସମୟ ପରେ ମଧ୍ୟ ତଥ୍ୟ ପ୍ରଦାନ କରା ନ ଯିବାରୁ ଆବେଦନକାରୀ ରାଜ୍ୟ ସୂଚନା ଆୟୁକ୍ତଙ୍କ ଠାରେ ଅପିଲ କରିଥିଲେ । ମାନ୍ୟବର ଆୟୁକ୍ତ ତା ୦୩.୦୯.୨୦୨୪ ରେ ସଂପୃକ୍ତ ଅପିଲ ନଂ୩୧୬୭/୨୦୨୦ର ବିଚାରକରି ତତ୍କାଳୀନ ପି ଆର ଓ ଆନନ୍ଦ ପଣ୍ଡାଙ୍କୁ ଏଭଳି ଭୁଲର ପୁନରାବୃତ୍ତି ନ କରିବାକୁ ତାଗିଦ କରିଛନ୍ତି । ଏଥିସହ ପି ଆର ଓ ବିଭୂତି ସେଠ, ଗୀତା ଦୋରା ଓ ରାଜେନ୍ଦ୍ର କୁମାର ନାୟକଙ୍କ ବିରୁଦ୍ଧରେ ତଦନ୍ତକରି ୩ ମାସ ମଧ୍ୟରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କୁ ଆଦେଶ ଦେଇଛନ୍ତି । ସେହିପରି ଅନ୍ୟ ଏକ ଅନୁରୂପ ଘଟଣା ଅପିଲ ନଂ୩୧୭୦/୨୦୨୦ର ଶୁଣାଣି କରି ମାନ୍ୟବର ଆୟୁକ୍ତ ବଲାଙ୍ଗିରର ତତ୍କାଳୀନ ପି ଆର ଓ ପ୍ରିତମ କୁମାର ତାଣ୍ଡି ଓ ଶଙ୍କରଷଣ ପ୍ରଧାନଙ୍କ ବିରୁଦ୍ଧରେ ତଦନ୍ତ କରି ୩ ମାସ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । 

LEAVE A REPLY

Please enter your comment!
Please enter your name here