ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କର ସୁବର୍ଣ୍ଣ ଜୟନ୍ତୀ ପାଳିତ

0
89

ଟିଟିଲାଗଡ଼,୦୩/୧୦,(ଜେଏନ୍ଏସ୍ ) ଗ୍ରାମାଞ୍ଚଳରେ ବ୍ୟାଙ୍କିଙ୍ଗ ସେବା ପ୍ରଦାନରେ ଅଗ୍ରଣୀ ଭୂମିକା ତୁଲାଇଥିବା ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କର ସୁବର୍ଣ୍ଣ ଜୟନ୍ତୀ ପାଳିତ ହୋଇଯାଇଛି । ବ୍ୟାଙ୍କର ସୁବର୍ଣ୍ଣ ଜୟନ୍ତୀକୁ ଟିଟିଲାଗଡ଼ ଶାଖାର କାର୍ଯ୍ୟରତ ଓ ଅବସରପ୍ରାପ୍ତ କର୍ମଚାରୀମାନେ ନିଆରା ଢଙ୍ଗରେ ପାଳନ କରିଥିବା ଦେଖିବାକୁ ମିଳିଛି । ବ୍ୟାଙ୍କ କର୍ମଚାରୀମାନେ ସ୍ଥାନୀୟ ଏସ୍.ସି.ଡି.ର ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରିବା ସହ ସେମାନଙ୍କ ସହ କିଛି ସମୟ ଅତିବାହିତ କରିଥିଲେ । ୧୯୭୫ ମସିହା ଅକ୍ଟୋବର ୨ ତାରିଖରେ ଏହି ବ୍ୟାଙ୍କ୍ ପ୍ରତିଷ୍ଠା ହୋଇଥିବାବେଳେ ଜନସାଧାରଣଙ୍କୁ ନିରନ୍ତର ଉତ୍କୃଷ୍ଟ ବ୍ୟାଙ୍କିଙ୍ଗ ସେବା ଯୋଗାଇ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛି । ଆୟୋଜିତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ କର୍ମଚାରୀ କେ. ଭୁବନେଶ୍ୱର ରାଓ, ଅକ୍ଷୟ ବେଦବାଗ, ଜୟପ୍ରକାଶ ଅଗ୍ରୱାଲ, ଘୀନୁ ଆଡଜୁଆଡ ପ୍ରମୁଖଙ୍କ ସହ କାର୍ଯ୍ୟରତ କର୍ମଚାରୀ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here