ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ

0
69

ବଲାଙ୍ଗିର,୦୯/୧୦,(ଜେଏନ୍ଏସ୍) ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟବ୍ୟାପୀ ସଭ୍ୟସଂଗ୍ରହ ଅଭିଯାନର ଶୁଭାରମ୍ଭ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଭୁବନେଶ୍ୱର ଠାରୁ କରିଛନ୍ତି । ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ଆରମ୍ଭ ଏହି ଅଭିଯାନକୁ ସୁଦୂର ପ୍ରସାରି କରିବାକୁ ଦଳୀୟ ନେତା ଓ କର୍ମୀଙ୍କୁ ନବୀନ ଆହ୍ଵାନ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ପେଲେସ ଲାଇନ ସ୍ଥିତ ମୀନା ଟେଣ୍ଟ ହାଉସ ଠାରେ ବିଜେଡ଼ି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ଦଳର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂଦେଓ ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଟୁକୁନୀ ସାହୁ, ରାଜ୍ୟସଭା ସାଂସଦ ନୀରଞ୍ଜନ ବିଶି, ପୂର୍ବତନ କଣ୍ଟାବାଞ୍ଜି ବିଧାୟକ ଆୟୁବ ଖାନ, ପାଟଣାଗଡ଼ର ପୂର୍ବତନ ବିଧାୟକ ସରୋଜ ମେହେର, ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂଭୋଇ, ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ, ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ପ୍ରମୁଖ ଯୋଗଦେଇ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିଥିଲେ । ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରେକର୍ଡ ସଂଖ୍ୟକ ନୂତନ ସଭ୍ୟ ସଂଗ୍ରହ କରାଯିବାକୁ ଦଳୀୟ ନେତା ଉଲ୍ଲେଖ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗିର ପୌର ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ, ସଦରବ୍ଲକ ଅଧ୍ୟକ୍ଷା ସରିତା ବାଗ, ପୁଇଁତଳା ବ୍ଲକଅଧ୍ୟକ୍ଷ ସରୋଜ ପଧାନ, ଦେଓଗାଁ ର ପୂର୍ବତନ ବ୍ଲକଅଧ୍ୟକ୍ଷ ଲକ୍ଷ୍ମଣ କୁମାର ମେହେର, ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ଜିଲ୍ଲା ମହିଳା ସଭାନେତ୍ରୀ ଦମୟନ୍ତି ବାଗ, ଯୁବସଭାପତି ରାଜେନ୍ଦ୍ର ହୋତା, ଛାତ୍ର ବିଜେଡିର ସଭାପତି ସୁମନ ନନ୍ଦ, ବରିଷ୍ଠନେତା ଅଜୟ ଦାସ, ପାଣ୍ଡବ କୁମ୍ଭାର, ଭବାନୀଶଙ୍କର ହୋତା, କୈଳାଶ ମହାନ୍ତି, ଭଗବାନ ବଗର୍ତ୍ତି, ମୁରିବାହାଲର ପୂର୍ବତନ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ, ପ୍ରଭାସ ପାଣିଗ୍ରାହୀ, ଟିଟିଲାଗଡ଼ ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାଏକ ରାଜ୍ୟ ସଭା ସାଂସଦଙ୍କ ପ୍ରତିନିଧି ରମେଶ ଅଗ୍ରୱାଲଙ୍କ ସହ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here