ଶିଶୁ ମନ୍ଦିର ଛାତ୍ରଛାତ୍ରୀଙ୍କ କୃଷି ଯନ୍ତ୍ରପାତି ମେଳା ପରିଦର୍ଶନ

0
57

ଟିଟିଲାଗଡ଼,୧୪/୧୧,(ଜେଏନ୍ଏସ୍) ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ବୁଧବାର ଟିଟିଲାଗଡ଼ରେ ଆୟୋଜିତ ତ୍ରି-ଦିବସୀୟ କୃଷି ଯନ୍ତ୍ରପାତି ମେଳା ପରିଦର୍ଶନରେ ଯାଇଥିଲେ । ନୂତନ ଶିକ୍ଷାନୀତି ଆଧାରରେ କୃଷି ଯନ୍ତ୍ରପାତି ପରିଦର୍ଶନ ପାଇଁ ବିଦ୍ୟାଳୟର ସଭାପତି ଜ୍ୟୋତି ପ୍ରକାଶ ଗଡ଼ତ୍ୟାଙ୍କ ନିର୍ଦ୍ଦେଶରେ ତଥା ପ୍ରଧାନ ଆଚାର୍ଯ୍ୟ ଶ୍ୟାମ ସୁନ୍ଦର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ସମସ୍ତ ଶିଶୁ ବାଳକ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆକୁ ଯାଇ କୃଷି ଯନ୍ତ୍ରପାତିର ବ୍ୟବହାର ଓ ଉପଯୋଗିତା ସମ୍ବନ୍ଧରେ ଅବଗତ ହୋଇଥିଲେ । ଏହି ଅବସରରେ ଜିଲ୍ଲା କୃଷି ନିର୍ବାହୀ ଯନ୍ତ୍ରୀ ଲାସା ମୁର୍ମୁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ଆଚାର୍ଯ୍ୟ ଅମିତ ତ୍ରିପାଠୀ, ବ୍ରଜ କିଶୋର ମିଶ୍ର, ଉଷାରାଣୀ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ । 

LEAVE A REPLY

Please enter your comment!
Please enter your name here