ବଲାଙ୍ଗିର ପୌରପାଳିକାର କାଉନସିଲ ବୈଠକ ଅନୁଷ୍ଠିତ

0
62

ବଲାଙ୍ଗିର,୧୭/୧୧,(ଜେଏନ୍ଏସ୍),ବଲାଙ୍ଗିର ପୌରପାଳିକାର ସଭା କକ୍ଷରେ ଶନିବାର କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୌରାଧ୍ୟକ୍ଷା ଲିକା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓ, ପୌରଉପାଧ୍ୟକ୍ଷା ଗାୟତ୍ରୀ ଭୋଇ, ସାଂସଦଙ୍କ ପ୍ରତିନିଧି ପଙ୍କଜିନୀ ପଣ୍ଡା, ପୌରପାଳିକାର ନିର୍ବାହୀଅଧିକାରୀ ଓ ସମସ୍ତ କାଉନସିଲରମାନେ ଯୋଗଦେଇ ବଲାଙ୍ଗିର ସହରର ବିକାଶ ପାଇଁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ବୈଠକରେ ବଲାଙ୍ଗିର ସହର ପାଇଁ ସର୍ଭେ କରାଯାଇଥିବା ଡ୍ରେନ ମାଷ୍ଟର ପ୍ଲାନ କାର୍ଯ୍ୟାନ୍ୱୟନ, ୧୭ଟିଯାକ ବନ୍ଧର ପୁନଃରୁଦ୍ଧାର ଓ ୩ ନମ୍ବର ୱାର୍ଡରେ ୧କୋଟି ଟଙ୍କା ବ୍ୟୟରେ ଏକ କଲ୍ୟାଣମଣ୍ଡପ ନିର୍ମାଣ ପାଇଁ ପ୍ରସ୍ତାବ କରାଯାଇଥିଲା । ଆଜିର ବୈଠକରେ ଯୋଗଦେଇଥିବା ବିଧାୟକ କଳିକେଶ ସିଂଦେଓ ବଲାଙ୍ଗିରରେ ବ୍ୟାପକ ବୃକ୍ଷରୋପଣ କରିବା ସହିତ ସ୍ୱଚ୍ଛ ଓ ସୁନ୍ଦର କରି ବିକାଶିତ କରିବାକୁ ଦଳମତ ନିର୍ବିଶେଷରେ ସମସ୍ତ କାଉନସିଲର ସହ ଯୋଗ କରିବାକୁ ଆହ୍ୱାନ ଦେଇଥିଲେ । ବୈଠକରେ ବିଭିନ୍ନ ୱାର୍ଡର ସମସ୍ୟା ଓ ଉନ୍ନୟନ କାମ ବିଷୟରେ କାଉନସିଲରମାନେ ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ମୁଖ୍ୟତଃ ଡ୍ରେନ ଓ ରାସ୍ତାଗୁଡିକର ଉନ୍ନତିକରଣ, ସଫେଇକୁ ଠିକ ଆକାରରେ କରାଇବାକୁ କାଉନସିଲରମାନେ କହିଥିଲେ । ଏହି ବୈଠକରେ ଗ୍ରାମ୍ୟଉନ୍ନୟନ, ପୂର୍ତ୍ତବିଭାଗ ଓ ଜାତୀୟ ରାଜପଥ ବିଭାଗ ଏବଂ ପୌରପାଳିକାର କର୍ମଚାରୀମାନେ ଯୋଗଦେଇ ସହରର ଉନ୍ନତିକରଣର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସହରରେ ପୂର୍ତ୍ତବିଭାଗ, ଆର ଡି ବିଭାଗ ଓ ଏନଏଚ ବିଭାଗର ଥିବା ଡ୍ରେନଗୁଡିକୁ ତୁରନ୍ତ ନିର୍ମାଣ ଓ ଆବଶ୍ୟକୀୟ ମରାମତି କରିବାକୁ ଏବଂ ସହରର ସବୁ ଅଞ୍ଚଳକୁ ପାନୀୟଜଳ ଯୋଗାଣ ପାଇଁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ । 

LEAVE A REPLY

Please enter your comment!
Please enter your name here