ଟିଟିଲାଗଡ ରେଳଷ୍ଟେସନରୁ ୩୨ କେଜି ରୁ ଊର୍ଦ୍ଧ୍ଵ ଗଞ୍ଜେଇ ଜବତ ୨ ଗିରଫ

0
58

ଟିଟିଲାଗଡ଼,୧୮/୧୧,(ଜେଏନ୍ଏସ୍),ଟିଟିଲାଗଡ଼ ରେଳ ଷ୍ଟେସନ ପରିସରରୁ ଚୋରା ଚାଲାଣ ହେବାକୁଥିବା ୩୨ କେଜିରୁ ଊର୍ଦ୍ଧ୍ଵ ଗଞ୍ଜେଇକୁ  ଆର୍  ପି ଏଫ୍ ଓ ଅବକାରୀ ପୁଲିସର ମିଳିତ ଟିମ୍ ଜବତ କରିଛି । ଏଥିସହ ସଂପୃକ୍ତ ୨ ଜଣ  ଅଭିଯୁକ୍ତକୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲା ଟେଙ୍କାରାଇପୁର ଗ୍ରାମର ସରିଫୁଲ ଇସଲାମ (୪୦) ଓ ମୁର୍ଶିଦାବାଦ ଜିଲ୍ଲା ଭାଟୁକନ ନଗରର ଏସ୍.କେ. ମିରାଜୁଲ (୩୪) ପ୍ଲାଟଫର୍ମ ନଂ ୪ ଠାରେ ୩୨ ପ୍ୟାକେଟ ଗଞ୍ଜେଇ ଭର୍ତ୍ତି ୪ଟି ବ୍ୟାଗ ସହ ଥିବାବେଳେ ଉଭୟ ପୁଲିସର ମିଳିତ ଟିମ୍ ହାବୁଡ଼ରେ ପଡ଼ିଥିଲେ । ଜବତ ଗଞ୍ଜେଇର ପରିମାଣ ୩୨ କେଜି ୩୦୦ ଗ୍ରାମ ଥିବା ଓ ଏହାର ମୂଲ୍ୟ ୩ ଲକ୍ଷ ୨୩ ହଜାର ଟଙ୍କା ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ପଡୋଶୀ କଳାହାଣ୍ଡି ଜିଲ୍ଲା ନର୍ଲାରୁ ଉଭୟ ଅଭିଯୁକ୍ତ ଗଞ୍ଜେଇ ଆଣି ଟିଟିଲାଗଡ଼ ଇସ୍ପାତ ଏକ୍ସପ୍ରେସ ଯୋଗେ କୋଲକାତାକୁ ନେଉଥିବା ଜଣାପଡିଛି । ଅବକାରୀ ଥାନା କେସ ନଂ୧୩୫/୨୪-୨୫ ଅନ୍ତର୍ଗତ ମାମଲା ଦାୟର କରାଯାଇ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଚଢାଉରେ ଅବକାରୀ ଥାନା ଅଧିକାରୀ ଆଶିଷ ବେହେରା ଓ ଆର୍.ପି.ଏଫ୍ ଥାନା ଅଧିକାରୀ ଭଗବାନ ପୁନିଆ ଏ.ଏସ୍.ଆଇ ଭୃଗୁପତି ଦିଗାଲ, କେ ଶ୍ରୀନିବାସ, ବୁଲୁ ସେଠୀ, କୁମୁଦିନୀ ମଲ୍ଲିକ ପ୍ରମୁଖ ସାମିଲ ଥିଲେ । 

LEAVE A REPLY

Please enter your comment!
Please enter your name here