ବ୍ରାହ୍ମଣ ସମାଜର ସାଧାରଣ ପରିଷଦ ବୈଠକ

0
56

ଟିଟିଲାଗଡ଼,୧୯/୧୨,(ଜେଏନ୍ଏସ୍),ସ୍ଥାନୀୟ ଝାରଦେଓବନ୍ଧ ଠାରେ ଟିଟିଲାଗଡ ବ୍ରାହ୍ମଣ ସମାଜ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମାଜର ସଭାପତି ସୁବୋଧ ଚନ୍ଦ୍ର ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଆଗାମୀ ବର୍ଷ ପାଇଁ ସମାଜର ବିଭିନ୍ନ କାର୍ଯ୍ୟକ୍ରମର ଖସଡା ପ୍ରସ୍ତୁତ କରାଯାଇଥିଲା। ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ,ପର୍ଶୁରାମ ଜୟନ୍ତୀ ପାଳନ ପାଇଁ ନିଷ୍ପତି ଗୃହୀତ ହୋଇଥିଲା। ଏହା ବ୍ୟତୀତ ସମାଜର ସ୍ଥାୟୀ ଗୃହ ନିର୍ମାଣ ଓ ସମାଜ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ସମ୍ପର୍କରେ ଆଲୋଚନା କରାଯାଇଥିଲା।ଆୟୋଜିତ ବୈଠକରେ ବ୍ରାହ୍ମଣ ସମାଜର ସମ୍ପାଦକ ସତ୍ୟବ୍ରତ ପଣ୍ଡା ବିବରଣୀ ପଠନ କରିଥିବା ବେଳେ ବରିଷ୍ଠ ସଦସ୍ୟ ରାଜେନ୍ଦ୍ର ନାରାୟଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ରାମନାରାୟଣ ମିଶ୍ର, ଶୁକଦେବ ଯୋଷୀ, ରମାନାଥ ଖମାରୀ, ମୀନକେତନ ମିଶ୍ର , ମାନସ ପାଣି , ଚିନ୍ତାମଣି ମହାପାତ୍ର , ଭକ୍ତ ପ୍ରସାଦ ପୁରୋହିତ,ବନମାଳୀ ଦାଶ ପ୍ରମୁଖ ଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ଥିଲେ। 

LEAVE A REPLY

Please enter your comment!
Please enter your name here