ବନ୍ଦେ ଭାରତ ଟ୍ରେନ ଟିକେଟ ନିରୀକ୍ଷକଙ୍କ ଅସ୍ୱାଭାବିକ ମୃତ୍ୟୁ

0
56

ଟିଟିଲାଗଡ଼,୨୦/୧୨,(ଜେଏନ୍ଏସ୍),ଟିଟିଲାଗଡ଼ ଷ୍ଟେସନ ଠାରେ ବନ୍ଦେ ଭାରତ ଏକ୍ସପ୍ରେସର ଟିକେଟ ନିରୀକ୍ଷକଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଶୁକ୍ରବାର ଦୁର୍ଗ ରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ବନ୍ଦେ ଭାରତ ଟ୍ରେନର କାର୍ଯ୍ୟରତ ଟିକେଟ ନିରୀକ୍ଷକ ରାଜେନ୍ଦ୍ର କୁମାର ନିର୍ମଳକର(୪୭)ଙ୍କ ନୂଆପଡ଼ା ଷ୍ଟେସନ ପରେ ହଠାତ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ଟିଟିଲାଗଡ଼ ଷ୍ଟେସନ ଠାରେ ଟ୍ରେନ ପହଞ୍ଚିବା ପରେ ରେଳବାଇ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବା ପରେ ମୃତ ଘୋଷଣା କରିଥିଲେ । ରେଳବାଇ ପୁଲିସ ମୃତ ଶରୀର ଜବତ କରିବା ସହ ତାଙ୍କ ପରିବାର ସଦସ୍ୟଙ୍କୁ ସୂଚନା ଦେଇଥିଲା । ପରେ ପୁଲିସ ପକ୍ଷରୁ ଶବ ବ୍ୟବଚ୍ଛେଦ କରାଯାଇ ମୃତକଙ୍କ ପରିବାର ସଦସ୍ୟଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା । ମୃତ ଟି.ଟି.ଇ. ଜଣକ ଛତିଶଗଡ଼ ଭଟ୍ଟାପରା ନିବାସୀ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । 

LEAVE A REPLY

Please enter your comment!
Please enter your name here