ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସ୍ମୃତିସଭା

0
50

ଟିଟିଲାଗଡ଼,୨୪/୧୨,(ଜେଏନ୍ଏସ୍), ଟିଟିଲାଗଡ଼ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସ୍ଥାନୀୟ ଶିକ୍ଷକ ଭବନ ପରିସରରେ ସ୍ୱର୍ଗତ ଶିକ୍ଷକ ଗୌରହରି ପୁରୋହିତଙ୍କ ଉଦ୍ଦେଶ୍ୟରେ ଏକ ସୃତି ସଭା ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ପଞ୍ଚାନନ ଗଡତ୍ୟା ସଭାର ସଭାପତିତ୍ଵ କରିଥିବା ବେଳେ ପୂର୍ବତନ ସଭାପତି ଭିଲୁ ଦାସ ସଭା ପରିଚାଳନା କରିଥିଲେ ।ଏହି ଅବସରରେ ଜିଲ୍ଲା ପ୍ରାଥମିକ ସଂଘ ସମ୍ପାଦକ ହରେକୃଷ୍ଣ ରଥ ଓ ପ୍ରାକ୍ତନ ଶିକ୍ଷକ ମଧୁସୂଦନ ନାୟକ ଯୋଗଦେଇ ସ୍ୱର୍ଗତ ପୁରୋହିତଙ୍କ ସ୍ମୃତିଚାରଣ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ରଞ୍ଜନ ଚାନ୍ଦ, ଦୁର୍ଯ୍ୟୋଧନ ସେନାପତି, ଖଗେଶ୍ୱର ପୃଷ୍ଟି, ରାମ ଗୋପାଳ ମେହେଟୋ, ବିଶ୍ଵ ମୋହନ ମିଶ୍ର, ସଞ୍ଜୟ ସରାଫ ପ୍ରମୁଖଙ୍କ ସହ ବହୁ ଶିକ୍ଷକ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here