ସହର ଉପକଣ୍ଠରେ ରାତି ହେଲେ ଜମୁଛି ଜୁଆ ଖେଳର ଆସର

0
50

ଟିଟିଲାଗଡ଼,୩୧/୧୨,(ଜେଏନ୍ଏସ୍),ଟିଟିଲାଗଡ଼ ସହର ଉପକଣ୍ଠରେ କ୍ରମାଗତ ଭାବରେ ଜୁଆଖେଳ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଟିଟିଲାଗଡ଼ ସହରକୁ ଲାଗି ରହିଥିବା କୁମୁଡ଼ା ଗ୍ରାମ ଠାରେ ନିୟମିତ ରାତି ୧୧ ଟା  ରୁ ଆରମ୍ଭ ହୋଇ ବିଳମ୍ବିତ ରାତ୍ରି ଯାଏ ଜୁଆ ଖେଳର ଆସର ଜମୁଥିବା ସୂଚନା ମିଳିଛି । କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କ ସହଯୋଗରେ କେସିଙ୍ଗାର ଜଣେ ବ୍ୟକ୍ତି ଏହି ଜୁଆ ଖେଳ ଚଳାଉ ଥିବା ବେଳେ ଟିଟିଲାଗଡ଼ ଓ କେସିଙ୍ଗା ସହରର ବହୁ ଜୁଆଡ଼ି ଏଥିରେ ସାମିଲ ହେଉଛନ୍ତି । ଏହି ଖେଳ ଚଳାଉଥିବା ବ୍ୟକ୍ତି ସୁରକ୍ଷା ବାବଦକୁ ନେଇ ନିର୍ଭରଶିଳ ପ୍ରତିଶୁତି ଦେଉଥିବା ଯୋଗୁଁ ବହୁ ପ୍ରତିଷ୍ଠିତ ବ୍ୟକ୍ତି ଅନାୟାସରେ ଏହି ଖେଳରେ ସାମିଲ ହେଉଥିବା ଦେଖିବାକୁ ମିଳିଛି । କୌଣସି ଅପ୍ରତ୍ୟାଶିତ ପରିସ୍ଥିତିକୁ ଏଡ଼ାଇବା ତଥା ସତର୍କ କରାଇବା ପାଇଁ କିଛି  ସ୍ଥାନୀୟ ଯୁବକଙ୍କୁ ଏଥିରେ ନିୟୋଜିତ କରାଯାଇଥିବା ବେଳେ କୌଣସି ସନ୍ଦେହ ହେଲେ ଏମାନେ ସଙ୍ଗେ ସଙ୍ଗେ ଯୁଆଡ଼ିଙ୍କୁ ସତର୍କ କରାଉଥିବା ଜଣା ପଡ଼ିଛି । ପ୍ରତିଦିନ ବିଳମ୍ବିତ ରାତ୍ରି ଯାଏ ୩୦ ରୁ ୪୦ ଜଣ ଜୁଆଡି ଏଠାରେ ଏକତ୍ରିତ ହୋଇ ଖେଳ ଜମାଉଥିବା ଯୋଗୁଁ ସ୍ଥାନୀୟ ଲୋକେ ଏମାନଙ୍କ ପ୍ରାଦୁର୍ଭାବରେ ଅତିଷ୍ଠ ହେଉଥିବା ଦେଖାଯାଇଛି । ବିଭିନ୍ନ ସମୟରେ ଏହି ରାସ୍ତା ଦେଇ ଟିଟିଲାଗଡ଼ ହାଟକୁ ଆସୁଥିବା ପନିପରିବା ବିକାଳୀ ଏମାନଙ୍କ ଆକ୍ରୋଶର ଶିକାର ହେଉଥିବା ନଜିର ରହିଛି । ଘଟଣାକୁ ନେଇ ଟିଟିଲାଗଡ଼ ଥାନା ଅଧିକାରୀ ବିଶ୍ୱଜିତ ମନବୋଧଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ପୁଲିସ ପକ୍ଷରୁ ଉଚିତ ପଦକ୍ଷେପ ଗ୍ରହଣ କରାଯିବା ନେଇ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here