ଟିଟିଲାଗଡ଼ରେ ୨୦୧ କୁଣ୍ଡୀୟ ବିଶ୍ଵଶାନ୍ତି ବୈଦିକ ମହାଯଜ୍ଞ ଅନୁଷ୍ଠିତ

0
50

ଟିଟିଲାଗଡ଼,୧୫/୦୧/୨୦୨୫,(ଜେଏନ୍ଏସ୍), ଉତ୍ତରାୟଣର ପ୍ରାରମ୍ଭ ଦିବସ ମକର ସଂକ୍ରାନ୍ତି ଅବସରରେ ଶକ୍ତିଧାମ ରାଣୀସତୀ ମନ୍ଦିର ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ୨୦୧ କୁଣ୍ତୀୟ ବିଶ୍ଵଶାନ୍ତି ବୈଦିକ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବିଧାୟକ ନବୀନ ଜୈନ ଓ ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ ଯୋଗଦେଇ ପୁଣ୍ୟଭାଗୀ ହୋଇଥିଲେ ।

ଗୁରୁକୂଳ ହରିପୁରର ଆଚାର୍ଯ୍ୟ ଡକ୍ଟର ସୁଦର୍ଶନ ଦେବଙ୍କ ସମେତ ଆଚାର୍ଯ୍ୟଗଣ ଏବଂ ବ୍ରହ୍ମଚାରୀ ଗଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସହରର ବିଭିନ୍ନ ସାମାଜିକ ଅନୁଷ୍ଠାନର ସଦସ୍ୟ ସପତ୍ନୀକ ଯଜମାନ ହୋଇ ଯଜ୍ଞରେ ଯୋଗଦେଇଥିଲେ । ପୂର୍ବାହ୍ଣ ୯ ଘଣ୍ଟା ରୁ ଆରମ୍ଭ ହୋଇ ଦିବା ୧ ଘଟିକା ପଯ୍ୟନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସହରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । 

LEAVE A REPLY

Please enter your comment!
Please enter your name here