ଟିଟିଲାଗଡ଼ ମା ଘଣ୍ଟାଶୁଣି ମହୋତ୍ସବ ଉଦଯାପିତ ।

0
46

ଟିଟିଲାଗଡ଼,୨୦/୦୧/୨୦୨୫,(ଜେଏନ୍ଏସ୍), ସ୍ଥାନୀୟ ସରକାରୀ ବାଳକ ହାଇସ୍କୁଲ ଖେଳପଡ଼ିଆ ଠାରେ ଟିଟିଲାଗଡ଼ ଉପଖଣ୍ଡ ସ୍ତରୀୟ ମାଁ ଘଣ୍ଟାଶୁଣି ଲୋକମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ରେହାନ ଖତ୍ରୀଙ୍କ ନେତୃତ୍ୱରେ ପ୍ରଥମେ ଘଣ୍ଟାଶୁଣି ମନ୍ଦିରରୁ ମଶାଲ ଶୋଭାଯାତ୍ରା ବାହାରି ସଭାସ୍ଥଳ ପର୍ଯ୍ୟନ୍ତ ଆସିଥିଲା । ଏହି ଶୋଭାଯାତ୍ରାରେ ପୌରାଧ୍ୟକ୍ଷା ମମତା ଜୈନଙ୍କ ସମେତ ସହରର ଅନେକ ବୁଦ୍ଧିଜୀବୀ, କଳାକାର, ବିଭିନ୍ନ ଶିକ୍ଷାନୁଷ୍ଠାନର ଏନସିସି, ସ୍କାଉଟ, ଗାଇଡ, ରେଡ଼କ୍ରସ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ଉପଜିଲ୍ଲାପାଳ ଶ୍ରୀ ଖତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ  ପୌରାଧ୍ୟକ୍ଷା ମମତା ଜୈନ ମୁଖ୍ୟ ଅତିଥି, ସଇଁନ୍ତଲା ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ତୁରେକେଲା ବ୍ଲକ ଅଧ୍ୟକ୍ଷା ପୂଜା ବେହେରା, ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଳା ବେହେରା, ଟିଟିଲାଗଡ଼ ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାଏକ, ଜିଲା ପରିଷଦ ସଭ୍ୟ ହିମାଞ୍ଚଳ ବୁଡ଼େକ, ସଞ୍ଜୟ ବେହେରା, ଗୀତା ବିଶି ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ । ସେହିପରି ଉଦ‌ଯାପନୀ ଉତ୍ସବରେ କଣ୍ଟାବାଞ୍ଜି ବିଧାୟ ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି, ଟିଟିଲାଗଡ଼ ବିଧାୟକ ନବୀନ ଜୈନ ସମ୍ମାନିତ ଅତିଥି ଓ ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ଶିବ ପ୍ରସାଦ ବେହେରା ମୁଖ୍ୟବକ୍ତା ଭାବରେ ଯୋଗଦେଇ କଳାକାରଙ୍କୁ ଉତ୍ସାହିତ କରିଥିଲେ ।ଅଞ୍ଚଳର କଳା ଓ କଳାକାରଙ୍କୁ ରାଜ୍ୟ ଓ ଜାତୀୟ ସ୍ତରରେ ପରିଚିତ କରାଇବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିବା ମୁଖ୍ୟଅତିଥି ଶ୍ରୀ ବାଗ ପ୍ରକାଶ କରିଥିଲେ । ବିଜେପି ସରକାର ରାଜ୍ୟ ତଥା ଦେଶରେ କଳା ଓ କଳାକାରଙ୍କୁ  ବିଶେଷ ଗୁରୁତ୍ଵ ଦେଉଥିବା ବିଧାୟକ ଶ୍ରୀ ଜୈନ କହିଥିଲେ । ଏହି ଉପଖଣ୍ଡର କଳା ଦେଶ ବିଦେଶରେ ପରିଚିତ ଥିବା ଓ ଏହି ମାଟିର କଳାକାର ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ମୁଖ୍ୟବକ୍ତା ଡକ୍ଟର ବେହେରା କହିଥିଲେ। ବ୍ୟଙ୍ଗ କବି ଟିକେଲାଲ ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ବିଡିଓ ଚନ୍ଦ୍ରମଣୀ ନାଗ, ପୌର ନିର୍ବାହୀ ଅଧିକାରୀ ସନ୍ଦୀପ ଚନ୍ଦ୍ରକାର, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝୀ, ଧବଳେଶ୍ଵର ଦଳବେହେରା,ସରପଞ୍ଚ ବୀରବର ସାହୁ, ହରି ନାରାୟଣ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । 

LEAVE A REPLY

Please enter your comment!
Please enter your name here