ମାଁ ଘଣ୍ଟାସୁଣୀ ଲୋକଉତ୍ସବ ଉପଲକ୍ଷେ ଲୋକସାହିତ୍ୟ ଆଲୋଚନା ଓ କବିତା ପାଠ ।

0
90

ଟିଟିଲାଗଡ଼,୨୦/୦୧/୨୦୨୫,(ଜେଏନ୍ଏସ୍), ଟିଟିଲାଗଡ଼ରେ ମାଁ ଘଣ୍ଟାସୁଣୀ ଲୋକଉତ୍ସବ ଉପଲକ୍ଷେ ଲୋକ ସାହିତ୍ୟ ଆଲୋଚନା  ଓ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସ୍ଥାନୀୟ ବାଳକ ହାଇସ୍କୁଲର ସଭା ଗୃହରେ ବରିଷ୍ଠ ସାହିତ୍ୟିକ ଭିକାରୀ ଚରଣ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଲୋକକଳା,ସାହିତ୍ୟ ଓ ସଂସ୍କୃତିର  ସାଂପ୍ରତିକ ଅସ୍ତିତ୍ୱ ପ୍ରସଂଗ ଉପରେ ବିଭିନ୍ନ ବ୍ଲକରୁ ପ୍ରତିନିଧିତ୍ଵ କରି ଆଲୋଚକ ଭାବରେ ଗୋୖତମ କ୍ଷେତି, ବିରଂଚି ନାରାୟଣ ଦାସ, ନାରାୟଣ ମିଶ୍ର, ଦିଲିପ କୁମାର ପସାୟତ, ଭିକାରୀ ମିଶ୍ର ପ୍ରମୁଖ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଜ୍ୟୋତି ପ୍ରକାଶ ଗଡତ୍ୟା ସଭା ପରିଚାଳନା କରିଥିବା ବେଳେ ଟିକେଲାଲ ବେହେରା ସ୍ୱାଗତ ସଂଭାଷଣ ଦେଇଥିଲେ ।  ନୀଳମଣି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ନପୂର୍ଣ୍ଣା ନନ୍ଦ, ସୁଷମା ବେହେରା, ବନ୍ଦନା କର, ଜସ୍ମିନ ମିଶ୍ର ଏବଂ ଲକ୍ଷ୍ମୀ ପ୍ରିୟା ବଗର୍ତ୍ତିଙ୍କ ସଂଯୋଜନାରେ ୫୦ଜଣରୁ ଉର୍ଦ୍ଧ କବି କବୟିତ୍ରୀ ଲୋକ କବିତା ଆବୃତ୍ତି କରି ଶ୍ରୋତାଙ୍କୁ ମୁଗ୍ଧ କରିଥିଲେ ।

LEAVE A REPLY

Please enter your comment!
Please enter your name here