ଆଚାର୍ଯ୍ୟ ମହାଶ୍ରମଣ କନ୍ୟା ସୁରକ୍ଷା ବେଞ୍ଚ ଲୋକାର୍ପିତ

0
62

ଟିଟିଲାଗଡ଼,୨୧/୦୧/୨୦୨୫,(ଜେଏନ୍ଏସ୍),ଅଖିଳ ଭାରତୀୟ ତେରାପନ୍ଥ ମହିଳା ମଣ୍ଡଳ ଟିଟିଲାଗଡ଼ ଶାଖା ପକ୍ଷରୁ ସ୍ଥାନୀୟ ମୁଡ଼ା ବନ୍ଧ ନିକଟରେ କନ୍ୟା ସୁରକ୍ଷା ବେଞ୍ଚ ଲୋକାର୍ପିତ ହୋଇଯାଇଛି । କନ୍ୟା ଭ୍ରୁଣ ହତ୍ୟା ବନ୍ଦ କରାଯିବା ନେଇ ଅନୁଷ୍ଠାନ ପକ୍ଷରୁ ଚାଲିଥିବା ମିଶନ ସଂରକ୍ଷଣ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି, ପୌରଅଧ୍ୟକ୍ଷା ମମତାଦେବୀ ଜୈନ, ମହିଳା ମଣ୍ଡଳ ଜାତୀୟ ଅଧ୍ୟକ୍ଷା ସରିତା ଡାଗା, ମହାମନ୍ତ୍ରୀ ନିତୁ ଓସୱାଲ, ଜାତୀୟ କାର୍ଯ୍ୟ ସମିତି ସଦସ୍ୟା ରଞ୍ଜୁ ଲୁଣିଆ, ଇନ୍ଦିରା ଲୁଣିଆ, ନିରୁ ପୁଗଲିଆ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ସ୍ଥାନୀୟ ଶାଖା ଅଧ୍ୟକ୍ଷା ବବି ଜୈନଙ୍କ ସଂଯୋଜନାରେ  ତେରାପନ୍ଥ ଭବନ ଠାରୁ ଏକ ଶୋଭାଯାତ୍ରା ବାହାରି ମୁଡ଼ା ବନ୍ଧ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ମୁଖ୍ୟଅତିଥି ଶ୍ରୀ ଜୈନ କନ୍ୟା ସୁରକ୍ଷା ମଣ୍ଡଳ ଓ ବେଞ୍ଚକୁ ଉଦଘାଟିତ କରିଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ଜୈନ ମହିଳା ଶାଖାର ସମାଜ ପ୍ରତି ସମର୍ପିତ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ଏଥିସହ ଆଗାମୀ ଦିନରେ ଆବଶ୍ୟକ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରତିଶୁତି ଦେଇଥଲେ । କାର୍ଯ୍ୟକ୍ରମରେ  ମହିଳା ମଣ୍ଡଳର ସମସ୍ତ ସଦସ୍ୟାଙ୍କ ସହ ବିଭିନ୍ନ ସାମାଜିକ ଅନୁଷ୍ଠାନର ପ୍ରତିନିଧି ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here