ଟିଟିଲାଗଡ କ୍ରୀଡ଼ା ସଂଘ ପକ୍ଷରୁ ଆସନ୍ତା ୨୨ରେ ମାରାଥନ ପ୍ରତିଯୋଗିତା

0
45

ଟିଟିଲାଗଡ଼,୨୧/୦୧/୨୦୨୫,(ଜେଏନ୍ଏସ୍),ଟିଟିଲାଗଡ଼ କ୍ରୀଡା ସଂଘ ପକ୍ଷରୁ ଆସନ୍ତା ୨୨ ତାରିଖରେ ଉଭୟ ମହିଳା ଓ ପୁରୁଷ ଶ୍ରେଣୀରେ ମାରାଥନ ପ୍ରତିଯୋଗିତା ଆୟୋଜିତ ହେବାନେଇ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦିଆଯାଇଛି । ସ୍ଥାନୀୟ ହୋଟେଲ ୟାସ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଘ କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ପାଢ଼ୀ ଆସନ୍ତା ସାଧାରଣତନ୍ତ୍ର ଦିବସ ପରିପ୍ରେକ୍ଷୀରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ମହିଳା ବର୍ଗ ପାଇଁ (୫ କି ମି) ପିପଲ ପଦର ଏମ.ସି.ଏଚ୍.  ଓ ପୁରୁଷ ବର୍ଗ ପାଇଁ(୧୦  କିମି) ବଞ୍ଜିଝାଲ  ଠାରୁ ସ୍ଥାନୀୟ ସରକାରୀ ବାଳକ ହାଇ ସ୍କୁଲ ପର୍ଯ୍ୟନ୍ତ ସ୍ଥାନ ନିରୂପଣ କରାଯାଇଛି । ବିଜେତା ଖେଳାଳୀଙ୍କୁ ସାଧାରଣତନ୍ତ୍ର ଦିବସ ଅବସରରେ ପୁରସ୍କୃତ କରାଯିବା ନେଇ ସଂଘ ପକ୍ଷରୁ ପ୍ରକାଶ କରାଯାଇଛି ।କାର୍ଯ୍ୟକ୍ରମରେ ସଂଘ ସମ୍ପାଦକ ଶୁଭ୍ରାଂଶୁ ଶେଖର ଦାସ, ଉପ ସଭାପତି ସନ୍ତୋଷ ପ୍ରଧାନ, ସହ ସମ୍ପାଦକ ଦନାର୍ଦ୍ଦନ ହୋତା, ପଦ୍ମନାଭ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here