ଭିନ୍ନକ୍ଷମ ଶିଶୁଙ୍କ ସହ ଜନ୍ମଦିନ ପାଳନ

0
45

ଟିଟିଲାଗଡ଼,୨୪/୦୧/୨୦୨୫,(ଜେଏନ୍ଏସ୍), ସ୍ଥାନୀୟ ଏସ୍.ସି.ଡି ଭିନ୍ନକ୍ଷମ ବିଦ୍ୟାଳୟ ପରିସରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଗହଣରେ ସିଆରପିଏଫ ଯବାନ ନିଜ ପୁଅଙ୍କ ଜନ୍ମଦିନ ପାଳନ କରିଛନ୍ତି । ଟିଟିଲାଗଡ଼ ନୀଳଚକ୍ର ନଗର ନିବାସୀ  ସିଆରପିଏଫ ଯବାନ ସୁମୀର ଦାଶ ନିଜ ପୁଅ ଆର୍ୟନ ଦାଶଙ୍କ ସପ୍ତମ ଜନ୍ମଦିନ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସହ ଏକ ନିଆରା ଢଙ୍ଗରେ ପାଳନ କରିବା ସମାଜ ପାଇଁ ଏକ ବାର୍ତ୍ତା ସଦୃଶ ହୋଇଛି । ସହର ବିଭିନ୍ନ ମହଲରେ ଏହାକୁ ସ୍ଵାଗତ କରାଯାଇଥିବା ବେଳେ ଏହି ଅବସରରେ ଯବାନଙ୍କ ପରିବାର ସଦସ୍ୟ ଶଙ୍କର ଦାଶ, କାଉନସିଲର ସୁନିତା ଦାଶ, ପମ୍ପା ଦାଶ, ଭିନ୍ନକ୍ଷମ ବିଦ୍ୟାଳୟ ସୁପରିଟେଣ୍ଡେଣ୍ଟ ଦିଲୀପ ମହାନ୍ତି, ଯୋଗସ୍ମିତା ଟାଟା, ଟିକେଶ୍ୱର ନାଗ, ପ୍ରମୋଦ ହରପାଲ, ଭକ୍ତବନ୍ଧୁ ନାଗ, ଅଚ୍ୟୁତ ପୁଟେଲ, ଗୋପାଲ ପୁଟେଲ, ଗୌରାଙ୍ଗ ପ୍ରଧାନ, ବିଦ୍ୟାଳୟର ଏଚ୍.ଓ.ଡ଼ି ରୁକସାନ ହରପାଲ, ନିତ୍ୟାରାଣୀ ହନୁମାନ, ଖେଳ ଶିକ୍ଷକ ବାପି ଦଳ ବେହେରା, ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here