ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ ।

0
52

ଟିଟିଲାଗଡ଼,୨୪/୦୧/୨୦୨୫,(ଜେଏନ୍ଏସ୍), ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ଶ୍ୟାମ ସୁନ୍ଦର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ସାମ୍ବାଦିକ  ସତ୍ୟବତ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ମହାପୁରୁଷଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବା ନେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ଉଭୟ ମହାପୁରୁଷଙ୍କ ଜୀବନୀ ଉପରେ ବକ୍ତୃତା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଉଭୟ ମହାପୁରୁଷଙ୍କ ଫୋଟୋଚିତ୍ରରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅତିଥିମାନେ ପୁଷ୍ପ ପ୍ରଦାନ ପୂର୍ବକ ପୂଜାର୍ଚ୍ଚନା କରିଥିଲେ । ବିଦ୍ୟାଳୟର ପ୍ରସ୍ତୁତି ସ୍ତର ପ୍ରମୁଖ ଆଚାର୍ଯ୍ୟ ଯୁଧିଷ୍ଠିର ପାଢ଼ୀ ମଞ୍ଚାସୀନ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ମଧ୍ୟ ସ୍ତର ପ୍ରମୁଖ ଆଚାର୍ଯ୍ୟ କୈଳାସ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରୀ ଖୁସୁବୁ କୁମ୍ଭାର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ  ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା, ସେବକ ସେବିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here