ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

0
51

ଟିଟିଲାଗଡ଼,୨୫/୦୧/୨୦୨୫,(ଜେଏନ୍ଏସ୍),ସ୍ଥାନୀୟ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ସପ୍ତାହବ୍ୟାପି ଚାଲିଥିବା ଆତ୍ମସୁରକ୍ଷା କୌଶଳ ତାଲିମ ଶିବିର ଶୁକ୍ରବାର ଉଦଯାପିତ ହୋଇଯାଇଛି ।ଅଧ୍ୟକ୍ଷ ଗୁରୁବାରୁ ସେନ୍ଦୁରିଆଙ୍କ ପୌରାହିତ୍ୟରେ ଆୟୋଜିତ ଉଦଯାପନୀ ସଭାରେ ଅଧ୍ୟାପକ ବଳବନ୍ତ ସାହୁ ମୁଖ୍ୟଅତିଥି ଓ ସାମ୍ବାଦିକ ମନୋଜ ଶତପଥୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ନୋଡାଲ ଅଧିକାରୀ ବେଲାଳସେନ ନାୟକ ସଭା ପରିଚାଳନା କରିଥିବାବେଳେ ଶିକ୍ଷୟିତ୍ରୀ ଲିଲି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ତାଲିମ ସମ୍ପୂର୍ଣ କରିଥିବା ସମସ୍ତ ଛାତ୍ରୀଙ୍କୁ ଅତିଥିଙ୍କ ଦ୍ଵାରା ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ପ୍ରଶିକ୍ଷିକା ଜାଜ୍ଞସେନି ମାଝୀ, ଶିକ୍ଷକ ବବୁନ ସାହୁ, ଜଗନ୍ନାଥ ପିଡ଼ିକାକା, ଲୀପସା ଆଚାରୀ, ପ୍ରତୀକ୍ଷା ବଡ଼ନାୟକ, ଅଙ୍କିତା ମେହେର,  ଥବୀର ସାହୁ, ଅବଳ ମାଝୀ, ମନୀଷ ଦୀପ ପ୍ରମୁଖ ଉପସ୍ଥିତ ଥିଲେ। 

LEAVE A REPLY

Please enter your comment!
Please enter your name here