ଟିଟିଲାଗଡ଼ ମହାଶିବରାତ୍ରୀ ମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

0
49

ଟିଟିଲାଗଡ଼,୨୮/୦୧/୨୦୨୫,(ଜେଏନ୍ଏସ୍),ଐତିହ୍ୟ ସମ୍ପନ୍ନ ଟିଟିଲାଗଡ଼ ମହା ଶିବରାତ୍ରୀ ମେଳା ପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ତଥା ମ୍ୟାନେଜିଙ୍ଗ ଟ୍ରଷ୍ଟି ରେହାନ ଖତ୍ରିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବିଧାୟକ ନବୀନ ଜୈନ, ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ, ସାଂସଦଙ୍କ ପ୍ରତିନିଧି ପ୍ରଶାନ୍ତ ଷଡ଼ଙ୍ଗୀ, ଟ୍ରଷ୍ଟି ସଂଜୀବ ପାଢ଼ୀ, ଭବାନୀ ପ୍ରସାଦ ହୋତା ପ୍ରମୁଖ ମଞ୍ଚାସିନ ଥିଲେ । ଚଳିତ ବର୍ଷ ମହାଶିବରାତ୍ରୀ ମେଳାକୁ ଅଧିକ ଆକର୍ଷଣୀୟ କରାଯିବା ନେଇ ପୂର୍ଣ୍ଣାଙ୍ଗ ଆଲୋଚନା ସହ ଆବଶ୍ୟକୀୟ ନିଷ୍ପତ୍ତି ଗୃହୀତ ହୋଇଥିଲା । ବୈଠକରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ଟ୍ରଷ୍ଟ କର୍ମକର୍ତ୍ତା, ବିଭିନ୍ନ ସାମାଜିକ ଅନୁଷ୍ଠାନର ପ୍ରତିନିଧି ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here