ରାସ୍ତା ମଝିରେ ବିଦ୍ୟୁତ ଖୁଣ୍ଟ ଯାତ୍ରୀ ହନ୍ତସନ୍ତ

0
53

ଟିଟିଲାଗଡ଼,୧୦/୦୨/୨୦୨୫,(ଜେଏନ୍ଏସ୍),ଟିଟିଲାଗଡ଼ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ-୮, ଠିକାଦାର ପଡ଼ା  ଠାରେ ଦୀର୍ଘଦିନ ଧରି ରାସ୍ତା ମଝିରେ ବିଦ୍ୟୁତ୍ ଖୁଣ୍ଟ ରହିଥିବା ଯୋଗୁଁ ସମ୍ପୂର୍ଣ ରାସ୍ତା ଅକାମୀ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ମୁଖ୍ୟ ରାସ୍ତା ସହ ସଂଯୋଗ ଥିବା ଏହି ପାର୍ଶ୍ଵ ରାସ୍ତର କିଛି ଅଂଶ ସ୍ଥାନୀୟ ବାସିନ୍ଦାଙ୍କ ଜବରଦଖଲ ଯୋଗୁଁ ସଂକୀର୍ଣ୍ଣ ହୋଇପଡ଼ିଥିବା ବେଳେ ରାସ୍ତା ମଝିରେ ବିଦ୍ୟୁତ ଖୁଣ୍ଟ ଥିବାଯୋଗୁଁ ଦୁଇଚକିଆ ଯାନବାହାନ ଚଳାଚଳ ମଧ୍ୟ ହୋଇପାରୁନାହିଁ ।ଏହି ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତର ପାଇଁ ଟାଟା ପାୱାର ଅଧିକାରୀଙ୍କୁ ପୂର୍ବତନ ପୌରଅଧିକାରୀ ସନ୍ଦୀପ ଚନ୍ଦ୍ରକାର ଜଣାଇଥିବା ବେଳେ ଏଥିପାଇଁ ବ୍ୟୟ ଅଟକଳ ମଞ୍ଜୁର କରାଯିବାର ଆବଶ୍ୟକତା ଥିବା ଟାଟା ପାୱାର ପକ୍ଷରୁ କୁହାଯାଇଛି । ତେବେ ପୌରପରିଷଦ ଓ ଟାଟା ପାୱାର ଉଭୟ ବିଭାଗ ମଧ୍ୟରେ ଛନ୍ଦି ହୋଇ ଏହା ଏଯାବତ ସ୍ଥାନାନ୍ତର ହୋଇପାରି ନ ଥିବା ଯୋଗୁଁ ଏହି ରାସ୍ତା ଅନୁପଯୋଗୀ ହୋଇ ପଡ଼ିରହିଥିବା ଦେଖିବାକୁ ମିଳିଛି । ଘଟଣା କୁ ନେଇ ନୂତନ ପୌରନିର୍ବାହୀ ଅଧିକାରୀ ଚନ୍ଦନ ଶତପଥୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ସେ ସ୍ଥିତି ପରଖିବା ସହ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ । 

LEAVE A REPLY

Please enter your comment!
Please enter your name here