ଭକ୍ତ ଚରଣ ଦାସ ପି.ସି.ସି. ସଭାପତି ନିଯୁକ୍ତ

0
57

ଟିଟିଲାଗଡ଼,୧୧/୦୨/୨୦୨୫,(ଜେଏନ୍ଏସ୍), ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ ରାଜ୍ୟ ପି.ସି.ସି. ସଭାପତି ଭାବରେ ନିଯୁକ୍ତ ହୋଇଛନ୍ତି । ଜାତୀୟ କଂଗ୍ରେସ ସଭାପତି ମଲ୍ଲିକାଜୁର୍ନ ଖର୍ଗେ ଶ୍ରୀ ଦାସଙ୍କୁ ରାଜ୍ୟ ସଭାପତି ଭାବରେ ନିଯୁକ୍ତ କରିଛନ୍ତି । ଶ୍ରୀ ଦାସ ଜାତୀୟ ସ୍ତରରେ ଦଳର ଜଣେ ବରିଷ୍ଠ ଓ ପ୍ରଭାବଶାଳୀ ନେତା ହୋଇଥିବା ବେଳେ ତାଙ୍କ ନିଯୁକ୍ତି ପରେ ରାଜ୍ୟରେ ଦଳର ସ୍ଥିତି ସୁଦୃଢ଼ ହେବା ନେଇ ରାଜ୍ୟ କଂଗ୍ରେସ ମଧ୍ୟରେ ମତ ପ୍ରକାଶ ପାଇଛି । ଦଳୀୟ ନେତା କର୍ମୀଙ୍କ ସହ ବିଭିନ୍ନ ମହଲରୁ ଶ୍ରୀ ଦାସଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

LEAVE A REPLY

Please enter your comment!
Please enter your name here