ଅଣସଙ୍ଗଠିତ ଶ୍ରମିକ ସଚେତନା ଶିବିର

0
34

ଟିଟିଲାଗଡ଼,୧୩/୦୨/୨୦୨୫,(ଜେଏନ୍ଏସ୍),ଅଗ୍ରଣୀ ବେସରକାରୀ ଅନୁଷ୍ଠାନ ଆକ୍ସନ୍ଏଡ୍ ଓ ଜନ ଜାଗରଣ ଦାଦନ ସଂଘ ପକ୍ଷରୁ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ମାଲିଶିରା ଗ୍ରାମ ପଞ୍ଚାୟତଠାରେ ଅଣସଂଘଠିତ ଶ୍ରମିକ  ସଚେତନା ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲା ଅତିରିକ୍ତ ଶ୍ରମ ଅଧିକାରୀ ରଜନୀକାନ୍ତ ଛତ୍ରିଆ ମୁଖ୍ୟ ଅତିଥି, ମୁରିବାହଲ ଏ.ପି.ଓ ପ୍ରେମାନନ୍ଦ ମିଶ୍ର ଓ ସ୍ଥାନୀୟ ସରପଞ୍ଚ ଦେବରାଜ ପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଉପସ୍ଥିତ ଶ୍ରମିକଙ୍କୁ ସାମାଜିକ ନିରାପତ୍ତା ଯୋଜନା ସମ୍ଵନ୍ଧରେ ଅବଗତ କରିଥିଲେ । ଅନୁଷ୍ଠାନର ମୁରଲୀ ଚରଣ ଦାସ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ଏକ ସଚେତନା ରଥ ପରିକ୍ରମା କରିଥିଲା । କାର୍ଯ୍ୟକ୍ରମରେ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରୁ ଶତାଧିକ ଅଣ ସଙ୍ଗଠିତ ଶ୍ରମିକ ଯୋଗଦେଇଥିଲେ । ଜନ ଜାଗରଣ ଦାଦନ ସଂଘ ସଭାପତି ନରେନ୍ଦ୍ର ମହାରଣା, ଆକ୍ସନ୍ଏଡ୍ କର୍ମୀ ଜ୍ୟୋତିର୍ମୟୀ ଦହଲ, ତୃପ୍ତିମୟୀ ପ୍ରଧାନ, ଭୂପେନ୍ଦ୍ର ରଣା, ସଞ୍ଜୀବ ରଣା, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । 

LEAVE A REPLY

Please enter your comment!
Please enter your name here