ସାମ୍ବାଦିକ ପ୍ରମୋଦ ସେଲମା ସମ୍ବର୍ଦ୍ଧିତ

0
47

ସଇଁତଳା,୧୭/୦୨/୨୦୨୫,(ଜେଏନ୍ଏସ୍),ସ୍ଥାନୀୟ ବିବେକାନନ୍ଦ ପାଠାଗାର ପରିସରରେ କାର୍ଯ୍ୟରତ ସାମ୍ବାଦିକ ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ଗୁଣ ସାଗର ମାଝୀ ମୁଖ୍ୟଅତିଥି, ସରପଞ୍ଚ ସୁବ୍ରତ ନାଗ, ଗଜପତି ସାହୁ, ଅଶୋକ ସାହୁ, ଆଇନଜୀବୀ ମାନଭଞ୍ଜନ ପାଣିଗ୍ରାହୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସାମ୍ବାଦିକଙ୍କୁ ଉତ୍ସାହିତ କରିଥଲେ । ସଂଘ ସଭାପତି ନାରାୟଣ ସାହୁ ସଭାର ସଭାପତିତ୍ୱ କରିଥିଲେ । ଏହି ଅବସରରେ ସଂଘର ମୁଖ୍ୟ ପରାମର୍ଶଦାତା ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ ସେଲମା ଓଡ଼ିଶା ସାମ୍ବାଦିକ ସଂଘ(ଓଜେୟୁ)ର ରାଜ୍ୟ ସମ୍ପାଦକ ଭାବରେ ମନୋନୀତ ହୋଇଥିବାରୁ ସଂଘ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ରାଜ୍ୟରେ ସାମ୍ବାଦିକ ଅସୁରକ୍ଷିତ ଥିବା ଏବଂ ରାଜ୍ୟ ସରକାର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ପାଇଁ ସଂଘ ପ୍ରୟାସ ଜାରି ରଖିବ ବୋଲି ଶ୍ରୀ ସେଲମା ଉଲ୍ଲେଖ କରିଥିଲେ । କାର୍ଯ୍ୟକ୍ରମରେ ସାମ୍ବାଦିକ ପ୍ରଦୀପ ବାଗ, ସୁଶାନ୍ତ ମେହେର, ଭଗବାନ ରାଜପାଲିଆ, ରଞ୍ଜନ ବାଗ, ଚନ୍ଦ୍ରଭାନୁ ପ୍ରଧାନ, ରମାକାନ୍ତ ରାଜପାଲିଆ, ରୁଦ୍ରଧର ଦଣ୍ଡସେନା, ଲକ୍ଷ୍ମୀକାନ୍ତ ସାହୁ, ଚୌଧୁରୀ ସାହୁ, ମନୋଜ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। 

LEAVE A REPLY

Please enter your comment!
Please enter your name here