ସଇଁତଳାରେ ମହାଶିବରାତ୍ରି ମେଳା ଆରମ୍ଭ ।

0
69

ସଇଁତଳା,୨୭/୦୨/୨୦୨୫,(ଜେଏନ୍ଏସ୍) ସଇଁତଳାରେ ଭୂତେଶ୍ୱର ବାବା ପୀଠ ପ୍ରାଙ୍ଗଣରେ ମହାଶିବରାତ୍ରି ମେଳା ଆରମ୍ଭ ହୋଇଛି । ମହାଶିବରାତ୍ରି ଅବସରରେ ଅନୁଷ୍ଠିତ ମେଳାରେ ଆୟୋଜକ କମିଟି ପକ୍ଷରୁ ୫ ଦିନ ପର୍ଯ୍ୟନ୍ତ ହେବାକୁଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ବୁଧବାର ଶୁଭାରମ୍ଭ ହୋଇଛି । ଉଦଘାଟନୀ ଉତ୍ସବରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ମୁଖ୍ୟ ଅତିଥି, ବିଡ଼ିଓ ପୁରୁଷୋତ୍ତମ ମିର୍ଦ୍ଧା, ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଓକିଲ ସଂଘ ସଭାପତି ସୁବୋଧ କୁମାର ମିଶ୍ର, ସ୍ଥାନୀୟ ସରପଞ୍ଚ ସୁବ୍ରତ ନାଗ, କମିଟି ସଭାପତି ସନ୍ତୋଷ ବିଶ୍ୱାଳ, ସମ୍ପାଦକ ରାଜେଶ ସାହୁ, କୋଷାଧ୍ୟକ୍ଷ ରୋହିତାଶ୍ଵର ନାଗ ପ୍ରମୁଖ ଦେଇ ଯୋଗଦେଇ ଆୟୋଜକଙ୍କ ଉଦ୍ୟମକୁ ଭୁୟସୀ ପ୍ରଶଂସା କରିଥିଲେ । ଚଳିତ ଥର ୩୨ ପ୍ରହର ନାମଯଜ୍ଞ, ମୀନାବଜାର, କଂସ ଦରବାର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମେଳାକୁ ଆକର୍ଷଣୀୟ କରିଛି ।ଆୟୋଜକ କମିଟି ପକ୍ଷରୁ ବରିଷ୍ଠ ସାମ୍ବାଦିକ ପ୍ରମୋଦ ସେଲମା, ନାରାୟଣ ସାହୁ, ତରୁଣ ବେହେରା ଓ ପୁଲିସ ଏସ ଆଇ ଲଛିନ୍ଦ୍ର ଚାଲାଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଡାକ୍ତର ବିଶ୍ୱଜିତ ମିଶ୍ର ଓ କ୍ଷେତ୍ର ପତି ଜାଲ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଦୀପକ ଭୋଇ, ଚନ୍ଦ୍ର ଚନ୍ଦନ, ହେମ ସାଗର ସାହୁ, ସଦସ୍ୟ ଦିନେଶ ଭୋଇ, ରଥି ସାହୁ, ମଣ୍ଟୁ ପୃଷେଠ, ଅସୀତ ରଥ, ଭକ୍ତ ପୋଢ଼, ସାରଥୀ ସାହୁ, ପୂର୍ଣ୍ଣ ଦଳେଇ, ଭୋଳା ବେହେରା, ଅମରେଶ ସାହୁ, ତନୁ ମିଶ୍ର, ପର୍ଶୁ ସାହୁ, ବୈକୁଣ୍ଠ ସେଠ, ଅଭିଷେକ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ । ମେଳାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହିତ ଥିବାବେଳେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି । 

LEAVE A REPLY

Please enter your comment!
Please enter your name here