ନିଲମ୍ବିତ ଅଧିକାରୀଙ୍କୁ ଟାଟା ପାୱାରର ଅନୁକମ୍ପା ; କାର୍ଯ୍ୟାନୁଷ୍ଠାନ ବଦଳରେ ଥଇଥାନ ।

0
53

ଟିଟିଲାଗଡ଼,୨୭/୦୨/୨୦୨୫,(ଜେଏନ୍ଏସ୍) କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣାରେ ଜେଲ ଯାଇ ଜାମିନରେ ଆସିଥିବା ତଥା ନିଲମ୍ବିତ ଥିବା ଟାଟା ପାୱାରର ୨ ଜଣ ଅଧିକାରୀଙ୍କୁ ବିଭାଗୀୟ ଅନୁକମ୍ପା ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଛି । ଅଭିଯୁକ୍ତ ଅଧିକାରୀ ଦ୍ଵୟଙ୍କୁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆଳରେ ଥଇଥାନ କରାଯାଇଛି।ସୂଚନା ଅନୁଯାୟୀ ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଶ୍ରମିକ ମୃତ୍ୟୁ ଘଟିଥିବା ଘଟଣା ସମ୍ଵନ୍ଧରେ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ନେବାକୁ ଯାଇଥିବା ୩ ଜଣ କାର୍ଯ୍ୟରତ ସାମ୍ବାଦିକଙ୍କୁ ଭୋଜିଭାତ ଆସର ଜମାଇ ମଦ ନିଶାରେ ମାତାଲ ଥିବା କଣ୍ଟାବାଞ୍ଜି ଏସ୍.ଡି.ଓ. ଜଗନ୍ନାଥ ପତି ଓ ମୁରିବାହାଲ ଯନ୍ତ୍ରୀ ଚିନ୍ମୟ ସାହୁ  ଜାତିଆଣ ଆକ୍ଷେପ ସହ ମାରଣାନ୍ତକ ଆକ୍ରମଣ କରିଥିଲେ । ଘଟଣାକୁ ନେଇ ଟିଟିଲାଗଡ଼ ଥାନାରେ ସଂପୃକ୍ତ ସାମ୍ବାଦିକଙ୍କ ପକ୍ଷରୁ ଏକ ମାମଲା ଦାୟର କରାଯାଇଥିବା ବେଳେ ପୁଲିସ ୨ ଅଧିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସଂପୃକ୍ତ ଘଟଣାରେ ଉଭୟ ଅଧିକାରୀ ଜେଲ ଯିବା ପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସଦୃଶ ଉଭୟଙ୍କୁ ନିଲମ୍ବିତ କରାଯାଇଥିଲା । ଘଟଣାକୁ ନେଇ ଟାଟା ପାୱାର ପକ୍ଷରୁ ଏକ ଉଚ୍ଚ ସ୍ତରୀୟ କାମଟି ଗଠନ କରାଯାଇ ତଦନ୍ତ କରାଯାଉଥିବା ଓ ତଦନ୍ତ ପରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଉପରିସ୍ଥ ଅଧିକାରୀ ଗଣ ମାଧ୍ୟମକୁ ସୂଚନା ଦେଇଥିଲେ । ତେବେ ଏହି ମାମଲା କୋର୍ଟରେ ବିଚାରଧୀନ ଥିବା ଓ ଅଭିଯୁକ୍ତ ଦ୍ଵୟ ସର୍ତ୍ତ ମୂଳକ ଜାମିନରେ ଆସିଥିବା ବେଳେ ଟାଟା ପାୱାର ଅଧିକାରୀ ଉଭୟଙ୍କୁ କ୍ଲିନ୍ ଚିଟ୍ ଦେଇ ପୁଣି ଥଇଥାନ କରିବା ଟାଟା ପାୱାରର ସ୍ୱଚ୍ଛତା ଓ ଉଚ୍ଚ କ୍ଷମତା ସମ୍ପନ୍ନ ତଦନ୍ତକାରୀ ଟିମ୍ ର ତଦନ୍ତ ପ୍ରକ୍ରିୟା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂଚନା ଅନୁଯାୟୀ ଏସ୍.ଡି.ଓ. ଜଗନ୍ନାଥ ପତିଙ୍କୁ ବରଗଡ଼ ଏଷ୍ଟିମେଟର ଓ ମୁରିବହାଲ ଯନ୍ତ୍ରୀ ଚିନ୍ମୟ ସାହୁଙ୍କୁ ଭବାନୀପାଟଣା ଯନ୍ତ୍ରୀ ଘଟଣାକୁ ନେଇ ସି.ଇ.ଓ. ପ୍ରବୀଣ କୁମାରଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ ଉଭୟ ଅଧିକାରୀଙ୍କ ବଦଳି ସହ ବିଭାଗ ପରିବର୍ତ୍ତନ କରାଯାଇ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଜାରି ହୋଇଥିବା କହିଛନ୍ତି । 

LEAVE A REPLY

Please enter your comment!
Please enter your name here