ଟିଟିଲାଗଡ଼ ମହାଶିବରାତ୍ରୀ ମେଳା ଉଦଯାପିତ

0
30

ଟିଟିଲାଗଡ଼,୦୪/୦୩/୨୦୨୫,(ଜେଏନ୍ଏସ୍) :ଐତିହ୍ୟ ସମ୍ପନ୍ନ ଟିଟିଲାଗଡ଼ ମହାଶିବରାତ୍ରୀ ମେଳା ସୋମବାର ଉଦଯାପିତ ହୋଇଯାଇଛି । ମହାଶିବରାତ୍ରି ଅବସରରେ ମନ୍ଦିର ପ୍ରାଙ୍ଗଣରେ ଆରମ୍ଭ ହୋଇଥିବା ୪୦ ପ୍ରହର ନାମଯଜ୍ଞ ବିଧିବଦ୍ଧ  ଭାବରେ ଶେଷ ହୋଇଛି । ମହାଶିବରାତ୍ରି ମେଳା ୬ ଦିନ ଧରି ଅନୁଷ୍ଠିତ ହୋଇଥିବା ବେଳେ ନିୟମିତ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ବିଧାୟକ ନବୀନ ଜୈନଙ୍କ ପ୍ରଚେଷ୍ଟାରେ ଚଳିତ ବର୍ଷ ମେଳାକୁ ଆହୁରି ଆକର୍ଷଣୀୟ କରାଯାଇଥିବା ବେଳେ ଉପମୁଖ୍ୟ ମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ, ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଉତ୍ତରାଞ୍ଚଳ ଡି.ଆଇ.ଜି. ହିମାଂଶୁ ଲାଲ ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ଟିଟିଲାଗଡ଼ ଗସ୍ତରେ ଆସି ପ୍ରଭୁ ଧବଳେଶ୍ଵରଙ୍କ ଦର୍ଶନ କରିଥିଲେ । ଚଳିତ ବର୍ଷ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । 

LEAVE A REPLY

Please enter your comment!
Please enter your name here